ଗଣେଶ ମୂର୍ତି ବିସର୍ଜନ ବେଳେ ଅଘଟଣ : ଭାସି ଯାଇ ୩ ଜଣ ନିଖୋଜ

90

କନକ ବ୍ୟୁରୋ : ଗଣେଶ ମୂର୍ତି ବିସର୍ଜନ ବେଳେ ଅଘଟଣ । ନୂଆପଡ଼ା ଗୋଧସ୍ ଜଳପ୍ରପାତରେ ଭାସି ଯାଇ ୩ ଜଣ ନିଖୋଜ । ନିଖୋଜ ତିନି ଜଣ ହେଲେ ନିଲେଶ ସିଂହ, ଅମିତ ଗୁପ୍ତା ଓ ରାଜକୁମାର ଗୁପ୍ତା । ନୂଆପଡ଼ା ରେଲୱ ଷ୍ଟେସନ୍‌ ଯିବା ରାସ୍ତାରେ ଥିବା ଏହି ବିଦେଶୀ ମଦ ଦୋକନର ୬ ଜଣ କର୍ମଚାରୀ ସୁନାବେଡ଼ା ଅଭୟାରଣ୍ୟ ଗୋଧସ୍ ଜଳପ୍ରପାତକୁ ଏକ ଗାଡ଼ିରେ ଗଣେଶ ମୂର୍ତି ବିସର୍ଜନ କରିବାକୁ ଯାଇଥିଲେ। ୩ ଜଣ ବାହାରେ ଥିବାବେଳେ ଅନ୍ୟ ୩ ଜଣ ପାଣି ଭିତରକୁ ମୂର୍ତି ବିସର୍ଜନ ପାଇଁ ଯାଇଥିଲେ ।

ବହୁ ସମୟ ପର୍ଯ୍ୟନ୍ତ ସେମାନେ ନଫେରିବାରୁ ଅନ୍ୟ ୩ ଜଣ ଜଳପ୍ରପାତ ନିକଟକୁ ଯାଇ ବହୁ ଖୋଜାଖୋଜି କଲା ପରେ ନିରାଶ ହୋଇଥିଲେ। ଏ ସମ୍ପର୍କରେ ଧରମବନ୍ଧା ଥାନାରେ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଓ ନୂଆପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଶୁକ୍ରବାର ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ସୂଚନା ଦେଇଛନ୍ତି । ଗତବର୍ଷ ମଧ୍ୟ ଏଠାରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଥିଲେ ।