କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ । ଟ୍ରାଫିକ ନିୟମ ଭାଙ୍ଗି ବାଇକରେ ଯିବା ବେଳେ ପୋଲିସ ଅଟକାଇଥିଲା । ଘଟଣାସ୍ଥଳରୁ ଖସିଯିବା ସମୟରେ ପୋଲିସ ମାଡ଼ରେ ବାଇକରୁ ପଡ଼ି ୩ଜଣ ଆହତ ହୋଇଛନ୍ତି । ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଓଭରବ୍ରିଜ ନିକଟରେ ରବିବାର ସଂଧ୍ୟାରେ ଟ୍ରାଫିକ୍ ନୀୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଜରିମାନା ପକାଯାଉଥିଲା ।
ଠିକ୍ ଏହି ସମୟରେ ଏକ ବାଇକରେ ୩ଜଣ ଯୁବକ ଯାଉଥିବା ବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ସେମାନଙ୍କୁ ଚକମା ଦେଖାଇ ଯୁବକ ୩ଜଣ ବାଇକରେ ଖସି ପଳାଉଥିବା ବେଳେ ସାଧା ପୋଷାକରେ ଥିବା ଜଣେ ପୋଲିସ କର୍ମଚାରୀ ତାଙ୍କୁ ପଛପଟୁ ଲାଠିରେ ପିଟିଥିଲେ । ଫଳରେ ସେମାନେ ଚଳନ୍ତା ବାଇକରୁ ରାସ୍ତାରେ ପଡ଼ିଯାଇଥିଲେ । ଗୁରୁତର ଆହତ ହୋଇଥିବା ୩ଜଣଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/32-17.jpg)