କନକ ବ୍ୟୁରୋ: ଅଶାନ୍ତ ଗଞ୍ଜାମ । କଥା କଥାରେ ଫୁଟୁଛି ଗୁଳି । ଗତକାଲି ଗୋଟିଏ ଦିନରେ ଯାଇଛି ତିନି ଜଣଙ୍କ ଜୀବନ । କୌଣସି କାରଣକୁ ନେଇ ବୁଗୁଡ଼ା ଥାନା କରଚୁଲି ଗାଁର ସୁଶାନ୍ତ ପାତ୍ରଙ୍କୁ ହତ୍ୟା କରାଯାଇଛି ।
ଏବେ ସାମ୍ନାକୁ ଆସିଛି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । ସଂଧ୍ୟା ୭ଟା ବେଳେ ସେ ତାଙ୍କ ଝିଅକୁ ଫୋନ୍ କରିଥିଲେ । ତାଙ୍କୁ ମାରିଦେବାକୁ ପଦ୍ମନାଭ ନାୟକ, ବାସୁ ନାୟକ ଓ ରଞ୍ଜିତ ନାୟକ ଧମକ ଦେଇଥିବା କହିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ତାଙ୍କୁ ମାରି ଦିଅନ୍ତି କିମ୍ବା ଅସୁବିଧା ହେଲେ ଏହି ଫୋନକୁ ବ୍ୟବହାର କରିବୁ ବୋଲି ଝିଅକୁ କହିଥିଲେ । ମୋବାଇଲ୍ କଲର ୬ ଘଂଟା ପରେ ରାତି ପାୟ ଗୋଟାଏ ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ସେହିପରି ଶେରଗଡ଼ ଥାନା ଲାଞ୍ଜିଆପଲ୍ଲୀ ଗାଁରେ ମଙ୍ଗଳା ଭୂୟାଁ ଓ ସଦର ଥାନା ନାରାୟଣପୁର ଗାଁର ଦୁନିଆ ସାହୁଙ୍କୁ ହତ୍ୟା କରାଯାଇଛି ।