କନକ ବ୍ୟୁରୋ: ଜମି ଦେବା ନାଁରେ ଠକେଇ । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନା ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି । ମଞ୍ଚେଶ୍ୱର ଥାନାରେ ଠକେଇ ଘଟଣାରେ ଅମିତ ନାୟକ ଓ ସଂଜିତ ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି । ଚକେଇସିଆଣିରେ ଜମି ଦେବାକୁ କହି ଜଣେ ମିଛ ମାଲିକଙ୍କ ସହାୟତା ନେଇ ପ୍ରଥମେ ଅଭିଯୁକ୍ତ ଦୁଇ ଜଣ ୪୯ ଲକ୍ଷ ଓ ପରେ ୧୯ ଲକ୍ଷ ଟଙ୍କା ଠକେଇ କରିଥିଲେ ।
ସେହିପରି ଶାରଳା ରିୟଲକନ ବିଲଡର୍ସ ମୁଖ୍ୟ ଗୟାଧର ଜେନାଙ୍କୁ ସହିଦନଗର ପୋଲିସ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ଜମି ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି ପରେ ଏହି ଘଟଣାରେ ଆଉ ଦୁଇଟି କେସ ସାମ୍ନାକୁ ଆସିଛି । ଜମି ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ କରିଥିବାର ଗୟାଧରଙ୍କ ନାମରେ ଅଭିଯୋଗ ହୋଇଥିଲା । ଆଉ ପୁଲିସ ଏବେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ସୂଚନା ଥାଉ କି ଏହା ପ୍ରଥମ ମାମଲା ନୁହେଁ ପୂର୍ବରୁ ଜମି ଫ୍ଲାଟ ଆଦି ଦେବାକୁ କହି ଅନେକ ଲୋକଙ୍କୁ ଠକି ଥିଲେ ଗୟାଧର ।
ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/11/4-20.jpg)