ରାଜଧାନୀରେ ଜମି ଦେବାକୁ କହି ଠକେଇ । ଶାରଳା ରିୟଲକନ ବିଲ୍ଡର୍ସ ମୁଖ୍ୟ ସମେତ ୩ ଜଣ ଗିରଫ ।

106

କନକ ବ୍ୟୁରୋ: ଜମି ଦେବା ନାଁରେ ଠକେଇ । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନା ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି । ମଞ୍ଚେଶ୍ୱର ଥାନାରେ ଠକେଇ ଘଟଣାରେ ଅମିତ ନାୟକ ଓ ସଂଜିତ ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି । ଚକେଇସିଆଣିରେ ଜମି ଦେବାକୁ କହି ଜଣେ ମିଛ ମାଲିକଙ୍କ ସହାୟତା ନେଇ ପ୍ରଥମେ ଅଭିଯୁକ୍ତ ଦୁଇ ଜଣ ୪୯ ଲକ୍ଷ ଓ ପରେ ୧୯ ଲକ୍ଷ ଟଙ୍କା ଠକେଇ କରିଥିଲେ ।

ସେହିପରି ଶାରଳା ରିୟଲକନ ବିଲଡର୍ସ ମୁଖ୍ୟ  ଗୟାଧର ଜେନାଙ୍କୁ ସହିଦନଗର ପୋଲିସ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ଜମି ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି ପରେ ଏହି ଘଟଣାରେ ଆଉ ଦୁଇଟି କେସ ସାମ୍ନାକୁ ଆସିଛି । ଜମି ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ କରିଥିବାର ଗୟାଧରଙ୍କ ନାମରେ ଅଭିଯୋଗ ହୋଇଥିଲା । ଆଉ ପୁଲିସ ଏବେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ସୂଚନା ଥାଉ କି ଏହା ପ୍ରଥମ ମାମଲା ନୁହେଁ ପୂର୍ବରୁ ଜମି ଫ୍ଲାଟ ଆଦି ଦେବାକୁ କହି ଅନେକ ଲୋକଙ୍କୁ ଠକି ଥିଲେ ଗୟାଧର ।

ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍‌କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।