କନକ ବ୍ୟୁରୋ: ବିଷାକ୍ତ ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର। ନବରଙ୍ଗପୁର ଉମରକୋଟ କୁର୍ଷୀ ପଞ୍ଚୟତ କୁନାପପାଣି ଗାଁରେ ଏହି ଘଟଣା ଘଟିଛି। ମା’ ଓ ଦୁଇ ନାବାଳିକା ଗୁରୁତର ହୋଇଛନ୍ତି। ଜଙ୍ଗଲରୁ ଆଣିଥିବା ଛତୁ ଓ ଘରେ ପାଳ ଗଦାରେ ଫୁଟିଥିବା ଛତକୁ ମିଶାଇ ରାନ୍ଧି ଖାଇଥିଲେ। ଖାଇବାର କିଛି ସମୟ ପରେ ମା’ ହିରାମଣିଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଏହା ପରେ ଦୁଇ ଝିଅଙ୍କୁ ବାନ୍ତି ହୋଇଥିଲା। ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର । ଉମରକୋଟର ଘଟଣା ।
/kanak/media/post_attachments/wp-content/uploads/2024/07/musroom.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)