ଅନ୍ତର୍ଜାତୀୟ ହକିକୁ ନେଇ ପୁଣି ଦୁଲୁକିବ କଳିଙ୍ଗ ଷ୍ଟାଡିୟମ । ଆସନ୍ତା ୧ ଓ ୨ ତାରିଖରେ ଏଫଆଇଏଚ ହକି ଅଲମ୍ପିକ୍ ଯୋଗ୍ୟତା ମ୍ୟାଚ୍

ଭାରତୀୟ ପୁରୁଷ ଦଳରେ ଜଣେ ଓ ମହିଳା ଦଳରେ ତିନି ଓଡିଆ

181

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ କଳିଙ୍ଗ ହକି କମ୍ପେ୍ଲକ୍ସରେ ଆସନ୍ତା ମାସ ୧ ଓ ୨ ତାରିଖରେ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏଫଆଇଏଚ ହକି ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଲାଗି ହକି ଇଣ୍ଡିଆ ଭାରତୀୟ ଦଳର ନାଁ ଘୋଷଣା କରିଛି । ଉଭୟ ପୁରୁଷ ଓ ମହିଳା ଦଳର ନାଁ ଘୋଷଣା ହୋଇଛି । ଉଭୟ ଦଳରେ ୧୮ ଜଣ ଲେଖାଏଁ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡିଆ । ମହିଳା ଦଳରେ ୩ ଜଣ ଓଡିଆ ଖେଳାଳି ଥିବା ବେଳେ ପୁରୁଷ ଦଳରେ ମାତ୍ର ଜଣେ ଓଡିଆ ଖେଳାଳି ରହିଛନ୍ତି ।

ପୁରୁଷ ଦଳରେ କେବଳ ଅମିତ ରୋହିଦାସ ଥିବା ବେଳେ ମହିଳା ଦଳରେ ଦୀପଗ୍ରେସ ଏକ୍କା, ଲିଲିମା ମିଂଜ ଓ ନମିତା ଟପ୍ପୋଙ୍କୁ ସ୍ଥାନ ମିଳିଛି । ପୁରୁଷ ହକି ଦଳର ଅଧିନାୟକ ମନ୍ପ୍ରୀତ ସିଂହ ମନୋନୀତ ହୋଇଥିବା ବେଳେ ମହିଳା ଦଳର ନେତୃତ୍ୱ ନେବେ ରାଣୀ ରାମପାଲ । ବିଶ୍ୱ ମାନ୍ୟତାର ପଂଚମ ସ୍ଥାନରେ ଥିବା ଭାରତ ଅଲିମ୍ପିକ୍ସ ପାଇଁ ୨୨ତମ ସ୍ଥାନରେ ଥିବା ଋୁଷିଆକୁ ଭେଟିବ । ସେହିପରି ନବମ ମାନ୍ୟତା ପାଇଥିବା ଭାରତୀୟ ମହିଳା ଦଳ ୧୩ଶ ମାନ୍ୟତାରେ ଥିବା ଆମେରିକାକୁ ଭେଟିବ ।

Wikipedia

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିଅମର ବ୍ଲୁ ଟର୍ଫରେ ଭାରତୀୟ ମହିଳା ଦଳ ଖେଳିବ । ଅନ୍ୟପଟେ କଳିଙ୍ଗ ଷ୍ଟାଡିଅମରେ ଦଳ ପାଇଁ ୧୧ ନୁହେଁ ୧୨ ଜଣ ଖେଳନ୍ତି ଏବଂ ଏହି ୧୨ ନମ୍ବର ଖେଳାଳି ହେଉଛନ୍ତି ଏଠାକାର ଦର୍ଶକ ବୋଲି କହିଛନ୍ତି ମହିଳା ଦଳର ଅଧିନାୟିକା ରାଣୀ । ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇଁ ଲକ୍ଷ୍ୟ ରଖି ଆମେ ପଡିଆକୁ ଓହ୍ଲାଇବୁ ଏବଂ ପୁରା ଦମ୍ ଲଗାଇ ଖେଳିବୁ ବୋଲି କହିଛନ୍ତି ମନପ୍ରିତ ସିଂହ ।