କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ କଳିଙ୍ଗ ହକି କମ୍ପେ୍ଲକ୍ସରେ ଆସନ୍ତା ମାସ ୧ ଓ ୨ ତାରିଖରେ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏଫଆଇଏଚ ହକି ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଲାଗି ହକି ଇଣ୍ଡିଆ ଭାରତୀୟ ଦଳର ନାଁ ଘୋଷଣା କରିଛି । ଉଭୟ ପୁରୁଷ ଓ ମହିଳା ଦଳର ନାଁ ଘୋଷଣା ହୋଇଛି । ଉଭୟ ଦଳରେ ୧୮ ଜଣ ଲେଖାଏଁ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡିଆ । ମହିଳା ଦଳରେ ୩ ଜଣ ଓଡିଆ ଖେଳାଳି ଥିବା ବେଳେ ପୁରୁଷ ଦଳରେ ମାତ୍ର ଜଣେ ଓଡିଆ ଖେଳାଳି ରହିଛନ୍ତି ।
ପୁରୁଷ ଦଳରେ କେବଳ ଅମିତ ରୋହିଦାସ ଥିବା ବେଳେ ମହିଳା ଦଳରେ ଦୀପଗ୍ରେସ ଏକ୍କା, ଲିଲିମା ମିଂଜ ଓ ନମିତା ଟପ୍ପୋଙ୍କୁ ସ୍ଥାନ ମିଳିଛି । ପୁରୁଷ ହକି ଦଳର ଅଧିନାୟକ ମନ୍ପ୍ରୀତ ସିଂହ ମନୋନୀତ ହୋଇଥିବା ବେଳେ ମହିଳା ଦଳର ନେତୃତ୍ୱ ନେବେ ରାଣୀ ରାମପାଲ । ବିଶ୍ୱ ମାନ୍ୟତାର ପଂଚମ ସ୍ଥାନରେ ଥିବା ଭାରତ ଅଲିମ୍ପିକ୍ସ ପାଇଁ ୨୨ତମ ସ୍ଥାନରେ ଥିବା ଋୁଷିଆକୁ ଭେଟିବ । ସେହିପରି ନବମ ମାନ୍ୟତା ପାଇଥିବା ଭାରତୀୟ ମହିଳା ଦଳ ୧୩ଶ ମାନ୍ୟତାରେ ଥିବା ଆମେରିକାକୁ ଭେଟିବ ।
 Wikipediaସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିଅମର ବ୍ଲୁ ଟର୍ଫରେ ଭାରତୀୟ ମହିଳା ଦଳ ଖେଳିବ । ଅନ୍ୟପଟେ କଳିଙ୍ଗ ଷ୍ଟାଡିଅମରେ ଦଳ ପାଇଁ ୧୧ ନୁହେଁ ୧୨ ଜଣ ଖେଳନ୍ତି ଏବଂ ଏହି ୧୨ ନମ୍ବର ଖେଳାଳି ହେଉଛନ୍ତି ଏଠାକାର ଦର୍ଶକ ବୋଲି କହିଛନ୍ତି ମହିଳା ଦଳର ଅଧିନାୟିକା ରାଣୀ । ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇଁ ଲକ୍ଷ୍ୟ ରଖି ଆମେ ପଡିଆକୁ ଓହ୍ଲାଇବୁ ଏବଂ ପୁରା ଦମ୍ ଲଗାଇ ଖେଳିବୁ ବୋଲି କହିଛନ୍ତି ମନପ୍ରିତ ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/KALINGA_00000.png)
/kanak/media/post_attachments/wp-content/uploads/2019/10/sfg4sfg86s74g8s4g6s54g23s4g86sf4g56sg415s56g4s65g4s56dgsgsdgsdgsdgsdgsdgsdgs-750x422-300x169.jpg)