ଭଦ୍ରକ ଜିଲ୍ଲାରେ ୧୯ରେ ପହଂଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨ ଜଣ ବାସୁଦେବପୁର ଓ ଜଣେ ବନ୍ତ ବ୍ଲକର: ସମସ୍ତ ସଂକ୍ରମିତ ପୁରୁଷ ଥିବା ବେଳେ ଆକ୍ରାନ୍ତଙ୍କ ପଛରେ ରହିଛି କୋଲକାତା ଲିଙ୍କ୍

ଆକ୍ରାନ୍ତ ରହୁଥିବା ଅଂଚଳକୁ ସିଲ୍ କରିଛି ପ୍ରଶାସନ

2,582

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ ଏହି ଆକ୍ରାନ୍ତଙ୍କ ପଛରେ ରହିଛି କୋଲକାତା ଲିଙ୍କ୍ । ଏମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୨ଜଣ ଏବଂ ବଅନ୍ତ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ଆକ୍ରାନ୍ତ ରହୁଥିବା ଅଂଚଳକୁ ସିଲ୍ କରିଛି ପ୍ରଶାସନ । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଟୁଇଟ୍ କରି ସୂଚନା ଦେଇଛି ।

କରୋନାକୁ ନେଇ ଆସିଲା ପୁଣି ବଡ ଖବର । ରାଜ୍ୟରେ ଆଜି ଆଉ ୭ ଜଣଙ୍କ ଠାରେ ଠାବ ହୋଇଛି କରୋନା କରୋନା ଭୁତାଣୁ । ତେବେ ଆଜି ନୂଆ ୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଏହି ୭ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଓ ଭଦ୍ରକ ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ବର୍ତ୍ତମାନ ୭ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି , ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେପଟେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଭଦ୍ରକ ଜିଲ୍ଲାରେ ଏବେ ମୋଟ୍ ଆକ୍ଟିଭ୍ କେସ୍ ୧୭ ରହିଛି ।

ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ବର୍ତ୍ତର୍ମାନ ରାଜ୍ୟରେ ୮୦ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୭ ଜଣ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ବଡ କଥା ହେଉଛି ଦିନକୁ ଦିନକୁ ଓଡିଶାରେ କାୟା ମେଲାଇ ବଢିଚାଲିଛି ଏହି କରୋନା ମହାମାରୀ । ଫଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କର ନିଦ ହଜାଇ ଦେଇଛି । ।