ଆଜି ଭାରତ ଆସିବ ଆଉ ୩ ରାଫେଲ ଯୁଦ୍ଧ ବିମାନ: ଆଜି ସନ୍ଧ୍ୟା ସୁଦ୍ଧା ଆମ୍ବଲା ଏୟାରବେସରେ ପହଁଞ୍ଚିବା ନେଇ ସୂଚନା, ପୂର୍ବରୁ ଆସିିଥିଲା ୫ଟି

Advertisment
ଆଜି ଭାରତ ଆସିବ ଆଉ ୩ ରାଫେଲ ଯୁଦ୍ଧ ବିମାନ: ଆଜି ସନ୍ଧ୍ୟା ସୁଦ୍ଧା ଆମ୍ବଲା ଏୟାରବେସରେ ପହଁଞ୍ଚିବା ନେଇ ସୂଚନା, ପୂର୍ବରୁ ଆସିିଥିଲା ୫ଟି

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ବଢ଼ିବ ଶକ୍ତି । ଭାରତକୁ ମିଳିବ ଆଉ ତିନି ରାଫେଲ ଯୁଦ୍ଧ ବିମାନ । ଏହି ଯୁଦ୍ଧ ବିମାନ ଫ୍ରାନ୍ସରୁ ବାହାରି ଆମ୍ବଲା ଏୟାରବେସରେ ପହଁଚିବ । ଏହା ପହଁଚିବାର କିଛି ଦିନ ମଧ୍ୟରେ ଏହାକୁ ବାୟୁସେନାର ଅପରେସନରେ ସାମିଲ କରାଯିବ । ପୂର୍ବରୁ ଭାରତକୁ ମିଳିଥିବା ୫ଟି ରାଫେଲ ଯୁଦ୍ଧ ବିମାନକୁ ଭାରତ- ଚୀନର ବିବାଦୀୟ ସୀମା ଲଦାଖରେ ନିୟୋଜିତ କରାଯାଇଛି । ପ୍ରଥମ ବ୍ୟାଚରେ ଜୁଲାଇ ୨୮ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଥିଲା ଫ୍ରାନ୍ସ । ସେପ୍ଟେମ୍ବର ୧୦ରେ ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ।

ଆଉ ଏବେ ଏହି ତିନୋଟି ରାଫେଲ ଆସିଗଲେ ଭାରତୀୟ ବାୟୁସେନାରେ ରାଫେଲ ସଂଖ୍ୟା ୮ରେ ପହଁଚିଯିବ । ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଛି ଭାରତ । ଅନ୍ୟପଟେ ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧିକୁ ଦେଖି ପାକିସ୍ଥାନ ଚୀନର ସାହାଯ୍ୟ ଲୋଡିଛି । ଜରୁରୀକାଳିନ ପରିସ୍ଥିତିରେ ଚୀନଠାରୁ ୩୦ ଟି ଜେ-୧୦-ସିଇ ଯୁଦ୍ଧବିମାନ କିଣିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି । ସୂଚନା ଅନୁସାରେ ଅକ୍ଟୋବର ମାସରେ ପାକିସ୍ତାନର ଏକ ଟିମ୍ ଚୀନ୍ ଗସ୍ତ କରି ଏନେଇ କଥାବାର୍ତା ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe