ବଢିବ ବାୟୁସେନାର ବାହୁବଳୀ ରାଫେଲର ଶକ୍ତି । ଖଞ୍ଜାଯିବ ହ୍ୟାମର ମିଜାଇଲ । ସେପଟେ ଭାରତରେ ପହଂଚିଲା ଆଉ ୩ଟି ରାଫେଲ ଯୁଦ୍ଧ ବିମାନ

132

କନକ ବ୍ୟୁରୋ : ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ଆକାଶର ବାହୁବଳୀ । ରାଫେଲ ଯୁଦ୍ଧ ବିମାନରେ ଖଂଜାହେବ ହ୍ୟାମର ମିଜାଇଲ । ହ୍ୟାମର ବା ହାଇଲି ଏଜାଇଲ ଆଣ୍ଡ ମେନୋବରେବଲ ମ୍ୟୁନେସନ ଏକ୍ସଟେଣ୍ଡେଡ ରେଂଜ ଅର୍ଥାତ ଏହା ଆକାଶରୁ ଭୁପୃଷ୍ଠକୁ ଟାର୍ଗେଟ କରୁଥିବା ରକେଟ ଜରିଆରେ କାର୍ଯ୍ୟ କରୁଥିବା ମିଜାଇଲ କିଟ । ବିନା ଜିପିଏସରେ ଏହା ୭୦କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଫ୍ରାନ୍ସ ଭାରତକୁ ଯୋଗାଉଥିବା ରାଫେଲ ବିମାନରେ ଏହି ଅଲ ୱେଦର ହ୍ୟାମର ମିଜାଇଲ ଖଂଜିବା ନେଇ ସେପ୍ଟେମ୍ବର ମାସରେ ପୁଣି ଥରେ ଚୁକ୍ତି ହୋଇଛି । ଏବଂ ଏହି ଚୁକ୍ତି ଅନୁଯାୟୀ ଆସନ୍ତା ମାସ ଶେଷ ସୁଦ୍ଧା ଏହି ସରଂଜାମ ଅମ୍ବାଲା ସ୍ଥିତ ଗୋଲଡେନ ଆରୋଜରେ ପହଂଚାଇବ ଫ୍ରାନ୍ସ ।

ପୂର୍ବରୁ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ମିଳିଥିବା ବେଳେ ଏବେ ପୁଣି ୩ଟି ରାଫେଲ ଭାରତରେ ପହଂଚିଛି । ଏହି ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଗୁଜରାଟ ଜାମନଗରରେ ପହଂଚିଛି । ଖୁବ ଶୀଘ୍ର ଏହାକୁ ବାୟୁସେନାର ଅପରେସନରେ ସାମିଲ କରାଯିବ । ପ୍ରଥମ ବ୍ୟାଚରେ ଜୁଲାଇ ୨୮ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଥିଲା ଫ୍ରାନ୍ସ । ସେପ୍ଟେମ୍ବର ୧୦ରେ ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଆଉ ଏବେ ଏହି ତିନୋଟି ରାଫେଲ ଆସିବା ପରେ ଭାରତୀୟ ବାୟୁସେନାରେ ରାଫେଲ ସଂଖ୍ୟା ୮ରେ ପହଁଚିଯାଇଛି । ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଛି ଭାରତ ।

ରାଫେଲର ରେଞ୍ଜ ୩ ହଜାର ୭୦୦ କିଲୋମିଟର । ଅର୍ଥାତ ୧ ହଜାର ୮୦୦ କିଲୋମିଟର ପରିଧି ଭିତରେ ଆସୁଥିବା ପାକିସ୍ତାନ, ତିବ୍ୱତ ଓ ଚୀନ ଏହି ପୁରା ଅଂଚଳରେ ଯେକୌଣସି ଅଭିଯାନକୁ କାର୍ଯ୍ୟକାରୀ କରିବାରେ ସମର୍ଥ । ନଜର ପକାନ୍ତୁ ରାଫେଲ ବିମାନର ବିଶେଷତ୍ୱ ଉପରେ ।

ଶବ୍ଦର ଗତି ଠାରୁ ବି ଢେର୍ ଅଧିକ ସ୍ପିଡ୍ରେ ଆକାଶରେ ଉଡିପାରେ
– ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିପାରେ
– ଉନ୍ନତ ଥ୍ରଟଲ୍ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍
– ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୂଲ ଭାବେ କରିପାରେ ଲକ୍ଷ୍ୟଭେଦ
– ଶତ୍ରୃପକ୍ଷର ଆଣବିକ ଆଟାକ୍କୁ କରିପାରେ ପ୍ରତିହତ
– ରାଡାର୍କୁ ବି ଜାମ୍ କରି ଅକାମି କରିଦିଏ
– ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାରେ
– ଘଂଟା ପ୍ରତି ୨,୧୩୦ କିଲୋମିଟର୍ ସ୍ପିଡରେ ଉଡିପାରେ
– ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିପାରେ
– ଆକାଶରେ ୩,୭୦୦ କିଲୋମିଟର୍ ପର୍ଯ୍ୟନ୍ତ ପଇଁତରା ମାରିପାରେ
– ୯,୫୦୦ କିଲୋଗ୍ରାମ୍ ଓଜନର ବମ୍, ମିସାଇଲ୍ ଓ ଗୁଳିଗୋଳା ସହ ଆକାଶର ଉଡିପାରେ
– ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ କେଇ ସେକେଣ୍ଡରେ କରିପାରେ ମାଡ
– ଆକାଶରୁ ଆକାଶକୁ ମାରି ପାରୁଥିବା ମିକା କ୍ଷେପଣାସ୍ତ୍ର ଖଂଜା ହୋଇଥାଏ
– ଦୀର୍ଘ ଦୂରଗାମୀ ବାୟୁରୁ ବାୟୁକୁ ନିକ୍ଷେପ ହୋଇପାରୁଥିବା ମୋଟିଅର୍ ଏବଂ ସ୍କାଲ୍ପ ମିସାଇଲ୍ ଲାଗିଥାଏ
– ଆକାଶରୁ ମାଟିକୁ ମାଡ କରିପାରୁଥିବା ହାମ୍ମର୍ ସହ ଲାଗିଥାଏ ଜାହଜ ବିଧ୍ୱଂସୀ ଏଏମ୍-୩୯ ଏକ୍ସୋସେଟ୍ ମିସାଇଲ୍
– ଲେଜର୍ ଗାଇଡେଡ୍ ଘାତକ ବୋମା ମଧ୍ୟ ଖଂଜା ହୋଇଥାଏ
– ଆଖିକୁ ଦେଖାଯାଉ ନଥିବା ଶତ୍ରୁ ଶିବିରକୁ ଶହ ଶହ କିଲୋମିଟର୍ ଦୂରରୁ ମିସାଇଲ୍ ଗୁଡିକ ଛାରଖାର କରିଦିଏ
– ଗୋଟିଏ ମିନିଟ୍ରେ ୨,୫୦୦, ୩୦ଏମ୍ଏମ୍ ଗୁଳି ବର୍ଷଣ କରିପାରେ
– ପାଇଲଟଙ୍କ ଭଏସ୍ କମାଣ୍ଡରେ ହୋଇଥାଏ ଅପରେସନ୍
– ଉନ୍ନତ କଂପ୍ୟୁଟର୍ ଦ୍ୱାରା ହିଁ ଏହାର ସମସ୍ତ ଯନ୍ତ୍ରାଂଶ କାମ କରିଥାଏ
– ନାଇଟ୍ ଭିଜନ୍ ସୁବିଧା ଥିବାରୁ ରାତିର ଅନ୍ଧକାରରେ ମଧ୍ୟ କରିପାରେ ପ୍ରଚଣ୍ଡ ଆକ୍ରମଣ
– ଫୋର୍ଥ ଆଉ ଫିଫ୍ଥ ଜେନେରେସନ୍ ଫାଇଟର୍ ଜେଟ୍