ବଢ଼ିଲା ବାୟୁସେନାର ବଳ । ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍ ଯୁଦ୍ଧବିମାନ ।

152

କନକ ବ୍ୟୁରୋ : ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ଫ୍ରାନ୍ସ ଏୟାରବେସରୁ ସିଧାସଳଖ ଭାରତରେ ପହଞ୍ଚିଛି । ବାଟରେ ଏହି ତିନି ରାଫେଲ ବିମାନକୁ ୟୁଏଇ ବାୟୁସେନା ଇନ୍ଧନ ଭରିବାରେ ସାହାଯ୍ୟ କରିଥିଲା । ଏହାକୁ ମିଶାଇ ଭାରତ ଫ୍ରାନ୍ସ ଠାରୁ ୩୫ଟି ରାଫେଲ ଏୟାରକ୍ରାଫ୍ଟ ନିଜ ବାୟୁସେନାରେ ସାମିଲ କରିଥିଲା ।

ମୋଟ ୩୬ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସହ ୨୦୧୬ରେ ଚୁକ୍ତି କରିଥିଲା ଭାରତ । ଆଉ ସପ୍ତାହ ପରେ ଶେଷ ରାଫେଲ ବିମାନ ଭାରତକୁ ପ୍ରଦାନ କରିବ ବୋଲି ସୂଚନା ମିଳିଛି । କୌଣସି ତୃଟି ବିନା ସେଥରୁ ୩୦ଟି ରାଫେଲ ବିମାନକୁ ଭାରତୀୟ ବାୟୂୁ ସେନା ଚଳାଇଥିବା ନେଇ ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି ।