କନକ ବ୍ୟୁରୋ : ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଏବେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭରୁ ଏପର୍ଯ୍ୟନ୍ତ ଗୃହରେ ହୋ ହାଲ୍ଲା କରୁଥିବା ଦର୍ଶାଇ ମୋଟ ୨୭ ଜଣ ସାଂସଦଙ୍କୁ ନିଲମ୍ବନ କରାଗଲାଣି । ଗତକାଲି ପର୍ଯ୍ୟନ୍ତ ୨୪ ଜଣ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଆଜି ରାଜ୍ୟସଭାର ଅଧ୍ୟକ୍ଷ ପୁଣି ୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସମସ୍ତ ଆମ୍ ଆଦମୀ ପାର୍ଟିର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ସୁଶୀଲ କୁମାର ଗୁପ୍ତା, ସନ୍ଦୀପ ପାଠକ ଓ ଅଜିତ କୁମାର ।

Advertisment

ସେପଟେ ପୂର୍ବରୁ ନିଲମ୍ବିତ ହୋଇଥିବା ସାଂସଦମାନେ ସଂସଦ ଭବନ ପରିସରରେ ୫୦ ଘଂଟା ଧରି ଧାରଣା ଦେଇଛନ୍ତି । ସେମାନେ ଗୃହକୁ ଫେରିବାକୁ ଦାବି କରୁଥିବା ବେଳେ କ୍ଷମା ନମାଗିବା ପର୍ଯ୍ୟନ୍ତ ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ ବୋଲି ଉଭୟ ଗୃହର ପରିଚାଳକ ସ୍ପଷ୍ଟ କରିଦେଇଛନ୍ତି ।

କହିରଖୁ କି ସଂସଦରେ ବିରୋଧ ପ୍ରଦର୍ଶନ ବେଳେ ସାଂସଦଙ୍କୁ ନିଲମ୍ବନ ଦେଇ ବିରୋଧୀ ସାଂସଦମାନେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି କି ସରକାର ବାଚସ୍ପତି ଓ ଅଧ୍ୟକ୍ଷକଙ୍କ ମାଧ୍ୟମରେ ସେମାନଙ୍କ ଲୋକତାନ୍ତ୍ରିକ ଅଧିକାର ଛଡାଇ ନେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି କି ଦେଶରେ ଦରବୃଦ୍ଧି ପ୍ରସଙ୍ଗରେ ସରକାର ସଂସଦରେ ଆଲୋଚନା କରିବାକୁ ଚାହୁଁନାହଁନ୍ତି । ଏହି କାରଣରୁ ଜଣଙ୍କ ପରେ ଜଣେ ସାଂସଦଙ୍କୁ ନିଲମ୍ବନ କରି ବିନା ବିରୋଧୀରେ ମୌସୁମୀ ଅଧିବେଶନ ସମାପ୍ତ କରିବାକୁ ବିଜେପି ଚେଷ୍ଟା କରୁଛି ।