ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ଯାଜପୁର ସମେତ କନ୍ଧମାଳ ଏବଂ ତାଳଚେରରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ । ଏନେଇ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାଜପୁର କଲେଜ ପାଇଁ ଏନଏମସିଠୁ ୫୦  ସିଟର ଅନୁମତି ଅଛି । ତା ସହିତ ଅନ୍ୟ ୨ଟି ମେଡିକାଲ କଲେଜ ପାଇଁ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe