କନକ ବ୍ୟୁରୋ: ଖରା, ଗରମ ସାଙ୍ଗକୁ ଗୁଳୁଗୁଳି । ରାଜ୍ୟବାସୀଙ୍କୁ ଅତିଷ୍ଠ କଲାଣି । ପଶ୍ଚିମ ଓଡିଶାରେ ପ୍ରଚଣ୍ଡ ତାତି, ଧନ ଜୀବନକୁ ପ୍ରଭାବିତ କରିଛି । ଏପଟେ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଦକ୍ଷିଣ ଓ ଉତର ଓଡ଼ିଶାର କିଛି କିଛି ସ୍ଥାନାରେ କାଳବୈଶାଖୀର ଆଶଙ୍କା ରହିଛି ।

Advertisment

ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି , ନୂଆପଡ଼ା ଓ ସୋନପୁରରେ ଆଗାମୀ ଦୁଇ ଦିନ ହିଟୱେଭ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବରଗଡ଼ ଓ ବଲାଙ୍ଗୀରରେ ଅରେଂଜ ୱାର୍ଣ୍ଣିଂ ଓ କଳାହାଣ୍ଡି, ନୂଆପଡ଼ା ଓ ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥତି ଜାରି ରହିବ । ଏହି ସମୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିପାରେ । ସେହିପରି ଉପକୂଳ ଓଡ଼ିଶାରେ ଆଗାମୀ ୫ ଦିନ ଯାଏଁ ଗୁଳୁଗୁଳି ଅନୁଭୂତ ହେବ ।

ତିନି ଦିନ ଯାଏ ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ରହିବ । କିନ୍ତୁ ଦକ୍ଷିଣ ଓ ଉତର ଓଡ଼ିଶାରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ଅନୁଗୁଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, , କେନ୍ଦ୍ରାପଡ଼ା, ନବରଙ୍ଗପୂୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୂଆପଡ଼ାର କିଛି କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଅଂଶୁଘାତରେ ଲୋକଙ୍କ ଜୀବନ ଯାଉଥିବାରୁ ମଧ୍ୟାନ ୧୧ଟାରୁ ୩ ମଧ୍ୟରେ ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଓଡ଼ିଶାକୁ ମୌସୁମୀ ବାୟୁ କେବେ ପ୍ରବେଶ କରିବ ଏପର୍ଯ୍ୟନ୍ତ ଆକଳନ କରିନାହିଁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।