କନକ ବ୍ୟୁରୋ: ପ୍ରାର୍ଥୀପତ୍ର ନାକଚ ପ୍ରତିବାଦରେ ଗର୍ଭବତୀ ସମିତି ସଭ୍ୟ ପ୍ରାର୍ଥୀଙ୍କ ବ୍ଲକ ଅଫିସ ସମ୍ମୁଖରେ ଧାରଣା । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଂଟି ବ୍ଲକ ଅନ୍ତର୍ଗତ କାମତା ପଂଚାୟତ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗ୍ରାମର ନମିତା ସଗରୀଆ । ପ୍ରାର୍ଥୀପତ୍ର ଦାଖଲ ପରେ ଜାତିଗତ ପ୍ରମାଣପତ୍ର ଭୁଲ ଥିବା ଦର୍ଶାଇ ତାହା ନାକଚ କରାଯାଇଛି । ଏହାର ପ୍ରତିବାଦରେ ଗତକାଲି ରାତିରୁ ତେନ୍ତୁଳୀଖୁଂଟି ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ୩ ମାସର ଗର୍ଭବତୀ ନମିତା ସାଗରିଆ । ଜାଣିଶୁଣି ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଥିବା ଅଭିଯୋଗ କରିଛନ୍ତି ।
ନାମାଙ୍କନ ନାକଚ ପରେ ଧାରଣାରେ ୩ ମାସର ଗର୍ଭବତୀ ମହିଳା: ସମିତି ସଭ୍ୟ ପାଇଁ ଦାଖଲ କରିଥିଲେ ପ୍ରାର୍ଥୀପତ୍ର
/kanak/media/post_attachments/wp-content/uploads/2022/01/vlcsnap-2022-01-23-16h35m08s968.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)