ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ 

Advertisment
ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ 

କନକ ବ୍ୟୁରୋ : ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ । ପୁଣି କୋଏଲ ନଦୀରେ ବୁଡ଼ି ଗଲା ଜୀବନ । ନଦୀ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତଦେହ ନଦୀପାଣିରେ ଭାସୁଥିବା ବେଳେ ଝିରିପାଣି ପୁଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୋଏଲନଗର ଭାଟା ବସ୍ତି ନିକଟ ନଦୀ କୂଳରେ ନାବାଳକଙ୍କ ଚପଲ ଓ ପୋଷାକ ପଡ଼ିରହିବାକୁ ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି କି କୌଣସି ପାଖ ଅଂଚଳର ଏହି ୩ ନାବାଳକ ଗାଧୋଇବାକୁ ଆସିଥିବା ବେଳେ ବୁଡ଼ି ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରି ନାହିଁ ।

ଅପରାହ୍ନ ପ୍ରାୟ ୩ଟାରେ ସେକ୍ଟର-୨୦ ବୈକୁଣ୍ଠଘାଟ ଭାଟାବସ୍ତି ନିକଟସ୍ଥ କୋଏଲ ନଦୀରେ ତିନି ନାବାଳକଙ୍କ ମୃତ ଶରୀର ଭାସୁଥିବା, କୂଳରେ ଚପଲ ଓ ପୋଷାକ ପଡ଼ିଥିବା ଦେଖି ସ୍ଥା‌ନୀୟ ବସ୍ତିବାସିନ୍ଦା ଏ ସଂକ୍ରାନ୍ତରେ ଝିରପାଣି ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ । ପାରିପାର୍ଶ୍ବିକ ସ୍ଥିତିରୁ ଗାଧୋଉଥିବାବେଳେ ତିନି ଜଣ ବୁଡି ଯାଇଥିବା ପୁଲିସ ଅନୁମାନ କରୁଛି। ଶବ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ତିନି ନାବାଳିକଙ୍କ ପରିଚୟ ମିଳିବା ପରେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ଜଣାପଡ଼ିବ ବୋଲି ପୁଲିସ କହିଛି। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳକମାନେ ସ୍ଥାନୀୟ ବାସିନ୍ଦା ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ରିପୋର୍ଟ ଲେଖା ହେବାବେଳକୁ ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କୁ କେହି ଖୋଜାଖୋଜି କରିନାହାନ୍ତି। ନାବାଳକମାନଙ୍କ ମୃତ୍ୟୁ ପଛରେ ଅନ୍ୟ କାରଣ ଥିବା ଆଶଙ୍କାକୁ ବି ଏଡ଼ାଇ ଦେଇ ହେବନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe