କନକ ବ୍ୟୁରୋ : କେତେ ଭୟଙ୍କର ହୋଇପାରେ ସିଏନଜି ଚାଳିତ କାର ଗତକାଲି ତାର ଏକ ଉଦାହରଣ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । କାରରେ ନିଆଁ ଲାଗିଯିବାରୁ ଏକ ପରିବାରର ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରତର ହୋଇଛନ୍ତି ।
ସଙ୍କଟାପର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ଚିତ୍କିତ୍ସା ଚାଲିଛି । ଗତକାଲି ମଧ୍ୟାନ ସମୟରେ ବେଙ୍ଗାଲୁରୁ ତୁମକର ରୋଡରେ ଏଭଳି ଅଘଟଣ ଘଟିଛି । ମାରୁତି ସୁଜୁକି କାରରେ ହଠାତ୍ ପଛପଟରେ ନିଆଁ ଲାଗିଯାଇଥିଲା । ପରେ ଷ୍ଟେପିନକୁ ନିଆଁ ଧରି ପୁରା କାରରେ ନିଆଁ ଲାଗିଯାଇଥିଲା । ହେଲେ କାର ଡୋର ଲକ ହୋଇଯିବାରୁ ଗାଡିରୁ ବାହାରିପାରିନଥିଲେ ଲୋକ । ପରେ ଅଗ୍ନୀଶମ ବାହୀନୀ ଟିମ ପହଞ୍ଚି ନିଆଁକୁ ଆୟତ କରିବା ଭିତରେ କାରରେ ଥିବା ୩ ଜଣ ସମ୍ପୁର୍ଣ୍ଣ ଜଳିଯାଇଥିଲେ । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।