ଜଗତସିଂହପୁରରେ ଅଘଟଣ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

Advertisment
ଜଗତସିଂହପୁରରେ ଅଘଟଣ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଣିତୋ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ବାପା-ମାଆ ଓ ଝିଅର ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ପଡୋଶୀ ଗୁରୁତର ଆହତ ହୋଇଛନ୍ତି । ଘର ଚାର୍ଜ ହୋଇ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ରକ୍ଷା କରିବାକୁ ଆସିଥିବା ପଡୋଶୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe