ଆଗପଛ ହୋଇ ଚାଲିଗଲା ଗୋଟିଏ ପରିବାରର ୩ଜୀବନ । ଟ୍ରକ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ ।

441

କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ, ଖବର ଶୁଣିବା ପରେ ଚାଲିଗଲା ଦାଦାର ଜୀବନ । ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଅକାଳରେ ଝଡିଯାଇଥିବା ବେଳେ ସ୍ତବ୍ଧ ହୋଇଯାଇଛି କେନ୍ଦୁଝର ସଦର ବାରିଣ୍ଡା ମୁଣ୍ଡାସାହିଁ ଗାଁ । ୨୦ନଂ ଜାତୀୟ ରାଜପଥ କେନ୍ଦୁଝର-ଢେଙ୍କିକୋଟ ପିପିଳିଆ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ଦୁଇ ଜଣ କାଣ୍ଡେ ମୁଣ୍ଡା ଓ ଲକ୍ଷ୍ମଣ ମୁଣ୍ଡା ବୋଲି ଜଣାପଡିଛି । ବାପା-ପୁଅ ବାଙ୍କପାଟୁଳି ହାଟକୁ ଯାଉଥିବା ବେଳେ ଏକ ଲୁହାବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ଖବର ଶୁଣି ମୃତକଙ୍କ ଦାଦା ସମରା ମୁଣ୍ଡାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।