ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଅଭଡା କୁଡୁଆ ।  ତିନି ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି ।

189

କନକ ବ୍ୟୁରୋ: ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି ।

ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ଼ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ । ଏଥିସହ ସେମାନଙ୍କ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡି ପଳାଇଯାଇଥିଲେ । ଫଳରେ ଗତକାଲିଠୁ ଶତାଧିକ ଅଭଡା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡୁଆ ବାହାରିଛି ।