କନକ ବ୍ୟୁରୋ: କଟକ ଜଗତପୁର ଅଞ୍ଚଳରୁ ୩ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ପୋଲିସ । ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ଜଗତପୁର ଥାନା ପୋଲିସ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଏଠାରେ ବେପାର କରୁଥିଲେ । ଅଧିକ ତଦନ୍ତ ପାଇଁ ମୁଙ୍ଗେର ଯିବ କଟକ ପୋଲିସ । ଏମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।