ଆଇନର ଲମ୍ବା ଲଢେଇ ଲଢିବା ପରେ ଏବେ ୩ ଫୁଟର ଗଶେଶ ବିଠଲଭାଇ ବରେୟାଙ୍କୁ ଗୁରୁବାରଙ୍କୁ ଏମବିବିଏସ୍ ରେ ଆଡମିଶନ୍ ମିଳିଯାଇଛି । ଭାବନଗର ମେଡିକାଲ୍ କଲେଜରେ ଗୁରୁବାର ଗଶେଶ ପ୍ରଥମଥର ପାଇଁ କ୍ଲାସକୁ ଯାଇଥିଲେ । ନିଜ ପ୍ରଥମ କ୍ଲାସର ଅନୁଭବ ବଖାଣି ଗଣେଶ କହିଥିଲେ ଶୈକ୍ଷିକ ବାତାବରଣ ମୋତେ ଖୁବ୍ ଆନନ୍ଦ ଦେଇଥିଲା । ସହପାଠୀ ଏବଂ ଶିକ୍ଷକମାନେ ମୋତେ କରତାଳି ଦେଇ ସ୍ୱାଗତ କରିଥିଲେ ।
ଏମବିବିଏସ୍ କରିବା ପରେ ଗଶେଶ ବିଠଲଭାଇ ବରେୟା ବିଶ୍ୱର ପ୍ରଥମ ବ୍ୟକ୍ତି ହେବେ ଯିଏ ମାତ୍ର ୩ ଫୁଟର ଉଚ୍ଚତାରେ ଡିଗ୍ରି ଗ୍ରହଣ କରିବେ । ଗଣେଶ ନିଟ୍ ପରୀକ୍ଷାରେ ୨୨୩ ଅଙ୍କ ରଖିବା ପରେ ମଧ୍ୟ ତାଙ୍କୁ ମେଡିକାଲ୍ କଲେଜରେ ସ୍ଥାନ ମିଳିନଥିଲା । ଏଥିପାଇଁ କାରଣ ଥିଲା ତାଙ୍କ ଉଚ୍ଚତା । ୨୦୧୮ ରେ ତାଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ତାଙ୍କ ଉଚ୍ଚତା ୩ ଫୁଟ୍ ହୋଇଥିବା ବେଳେ ମାତ୍ର ୧୪ କିଲୋ ଓଜନ ଥିଲା । ତାଙ୍କ ଓଜନଙ୍କୁ ଦେଖି କୌଣସି କଲେଜରେ ତାଙ୍କୁ ଆଡମିଶନ୍ ମିଳୁନଥିଲା । କିନ୍ତୁ ଏତିକିରେ ହାର୍ ମାନିନଥିଲେ ଗଣେଶ । ସେ ଆଇନ୍ ର ସହାୟତା ନେଇଥିଲେ । ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗଣେଶଙ୍କ ଆଡମିଶନ୍ କରିବାକୁ ଆଦେଶ ଦେଇଥିଲେ । କାହାର ଉଚ୍ଚତାକୁ ନେଇ ପ୍ରତିଭାକୁ ଦବାଇଦେବା ସହନୀୟ ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ । ଗଣେଶଙ୍କ ବୟସ ଏବେ ୧୮ ବର୍ଷ ଏବଂ ଓଜନ ମାତ୍ର ୧୫ କିଲୋ । କିନ୍ତୁ ଓଜନ ଏବେ ବି ୩ ଫୁଟ୍ ହିଁ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/GANESH.jpg)
/kanak/media/post_attachments/wp-content/uploads/2019/08/M-300x199.jpg)