କୃଷି ଆଇନ ପ୍ରତ୍ୟାହାର ନେଇ ଖୁସି ନାହାଁନ୍ତି ସୁପ୍ରିମ କୋର୍ଟ ପ୍ୟାନେଲ, ମୁଖ୍ୟ ବିଚାରପତିଙ୍କ ପାଖରେ କଲେ ଆବେଦନ

Advertisment
କୃଷି ଆଇନ ପ୍ରତ୍ୟାହାର ନେଇ ଖୁସି ନାହାଁନ୍ତି ସୁପ୍ରିମ କୋର୍ଟ ପ୍ୟାନେଲ, ମୁଖ୍ୟ ବିଚାରପତିଙ୍କ ପାଖରେ କଲେ ଆବେଦନ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ୩ ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଖୁସି ନଥିବା ଜଣାପଡିଛି । ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ କମିଟିର ସଦସ୍ୟ ଅନିଲ ଧନବଟ ମଙ୍ଗଳବାର ଦିନ ଏନେଇ ମୁଖ୍ୟ ବିଚାରପତି ଏନ.ଭି ରମନ୍ନାଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଖୁବଶୀଘ୍ର ପ୍ୟାନେଲ ଦ୍ୱାରା ଦିଆଯାଇଥିବା ରିପୋର୍ଟ ସାର୍ବଜନୀନ କରିବା ନେଇ ବିଚାର କରିବା ନେଇ କମିଟିକୁ ଅଧିକାର ଦେବାକୁ ଅନୁରୋଧ କରିଛନ୍ତି ।

କୃଷକ ସଂଗଠନର ବରିଷ୍ଠ ନେତା ଧନବଟ କହିଛନ୍ତି କି ଆସନ୍ତା ମାସ ସେ ୧ଲକ୍ଷ କୃଷକଙ୍କୁ ନେଇ କୃଷି ଆଇନ ପ୍ରତ୍ୟାହାର ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରିବେ । ସେ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଧନବଟ କହିଛନ୍ତି କି ଶୀତକାଳିନ ଅଧିବେଶନରେ ସରକାର କୃଷି ଆଇନକୁ ନିରସ୍ତ୍ର କରିବା ପରେ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୌଣସି ପ୍ରାସଙ୍ଗିକତା ନାହିଁ । ଧନବଟ ଆଶା କରିଛନ୍ତି କି କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ସାର୍ବଜନୀନ କରାଯିବା ପରେ ସେହି କୃଷକମାନେ (ଆନ୍ଦୋଳନକାରୀ କୃଷକ) ବୁଝି ପାରିବେ କି ଆଇନରେ ବାସ୍ତବରେ କଣ ରହିଛି ।

ଧନବଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି, ଏହି ରିପୋର୍ଟ ସାର୍ବଜନୀନ ହେଲେ ଏହା କୃଷକମାନଙ୍କ ମଧ୍ୟରେ ଥିବା ଭୁଲ ଧାରଣାକୁ ଠିକ କରିବାରେ ସହାୟକ ହେବ । କହିରଖୁ କି ୩ ସଦସ୍ୟ ବିଶିଷ୍ଟ ଏହି କମିଟି ୨୦୨୧ ମାର୍ଚ୍ଚ ୧୯ ତାରିଖ ଦିନ ସୁପ୍ରିମ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ହେଲେ ସୁପ୍ରିମ କୋର୍ଟ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe