କନକ ବ୍ୟୁରୋ: ଇବ୍ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡ଼ି ନିଖୋଜ ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଶନିବାର ପିକନିକ ସାରି ଗାଧୋଇବାକୁ ଯାଇ ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣ ନିଖୋଜ ହୋଇଯାଇଥିଲେ । ସୁନ୍ଦରଗଡ ସଦର ଥାନା ସେମିନା ନିକଟ ଇବ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ୍ ରୋଡ ଅଞ୍ଚଳର ଗୋଟିଏ ପରିବାରର ୩ ସଦସ୍ୟ ଜନ୍ମଦିନରେ ଭୋଜି କରିବା ପାଇଁ ଇବ ନଦୀ କୂଳକୁ ଯାଇଥିଲେ । ଖାଇ ସାରି ଦୁଇଭାଇ ମହମ୍ମଦ ରିଜୱାନ ଓ ମହମ୍ମଗ ଫାରହାନ ନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ ଚୋରା ବାଲିରେ ତାଙ୍କ ଗୋଡ ଫସିଯାଇଥିଲା । ଦୁଇଜଣ ବୁଡିବାକୁ ଯାଉଥିବାବେଳେ ପାଟିଶୁଣି କାକା ମହମ୍ମଦ ସାହିଦ ବଞ୍ଚାଇବାକୁ ପାଣି ଭିତରକୁ ଯାଇଥିଲେ । କିନ୍ତୁ ସେ ମଧ୍ୟ ଚୋରାବାଲିରେ ଫସି ଯାଇ ବୁଡି ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ଖୋଜାଖୋଜି କରୁଥିଲେ ।
ଗତକାଲି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଛି । ଆଜି ସକାଳୁ ଅଗ୍ନିଶମ ବାହିନୀ ସ୍ୱତନ୍ତ୍ର ବୋଟ୍ ମାଧ୍ୟମରେ କ୍ୟାମେରା ଲଗାଇ ଖୋଜାଖୋଜି ଆରମ୍ଭ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/ib-.jpg)