କନକ ବ୍ୟୁରୋ: ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ୍ ଥାନା ଅନ୍ତର୍ଗତ ଆନ ଦେୱାନଡ଼ିହି ଗ୍ରାମରେ ଘଟିଛି ଏଭଳି ଅଘଟଣ । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରିନଥିଲେ । ତେଣୁ ଏହି ସମୟରେ ବଜ୍ରାଘାତ କାରଣରୁ ତିନିଜଣର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତକ ମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ୟ୍ୟ ନାୟକ ଏବଂ ଆହତ ମାନେ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ ।