କନକ ବ୍ୟୁରୋ : ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ ହୋଇଛି । ଛାତିଥରା ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସୋନପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ମୃତ ଏବଂ ଆହତଙ୍କ ପରିଚୟ ମିଳିପାରିନାହିଁ ।
ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ନେଇଛନ୍ତି । ସେପଟେ କଳାହାଣ୍ଡି ଏମ୍ ରାମପୁର କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ଘରୋଇ ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଲାଂଜିଗଡ଼ରୁ ଭୁବନେଶ୍ୱର ଆସୁଥିବା ଶାରଳା ବସ୍ କେନ୍ଦୁଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Ulunda-750x430.jpg)