କନକ ବ୍ୟୁରୋ: ଗୁଜୁରାଟ ବଦୋଦାରା ସହରର ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ ଶରୀର ଘରୁ ମିଳିବା ପରେ ପୁରା ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ଘରର ମୁରବୀ ପ୍ରଥମେ ନିଜ ସ୍ତ୍ରୀ ଓ ପୁଅକୁ ତକିଆ ପକାଇ ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

Advertisment

ସୂଚନା ମୁତାବକ, ବଦୋଦାରା ଦର୍ଶନମ୍ ଉପବନର ଡୁପ୍ଲେକ୍ସରେ ରହୁଥିବା ପ୍ରୀତେଶଭାଇ ମିସ୍ତ୍ରୀ ତାଙ୍କ ମା’କୁ ଗାଁରୁ ନିଜ ଘରକୁ ଡକାଇଥିଲେ । ଆସିଲେ ବାହାରକୁ ବୁଲିବାକୁ ଯିବାକୁ କହିଥିଲେ । ମା’ ବି ଠିକ୍ ସମୟରେ ଆସି ପୁଅ ପାଖରେ ପହଞ୍ଚିଲେ । ହେଲେ ଘରେ ପୁଅ ନଥିଲା ଝୁଲୁଥିଲା ପୁଅର ଶବ । ଖଟ ଉପରେ ପଡିଥିଲା ବୋହୂ ଓ ନାତିର ନିସ୍ତେଜ ଶରୀର । ଏହାକୁ ଦେଖି ଚିକ୍ରାର କରିଥିଲେ ମା’ । ଆଉ ପାଟିଶୁଣି ପହଞ୍ଚିଥିଲେ ସାହିପଡିଶା ।

 ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଆସି ଯାଞ୍ଚ କରିଥିଲା । ଆଉ କାନ୍ଥରେ ଲେଖାଥିବା ସୁଇସାଇଡ୍ ନୋଟ୍ ମଧ୍ୟ ଯାଞ୍ଚକୁ ସ୍ପଷ୍ଟ କରିଥିଲା । କାନ୍ଥରେ ଲେଖାଥିଲା ଯେ, ‘ମୁଁ ଆଉ ଋଣ ବୋଝ ସହିନପାରି ନିଜ ପରିବାର ଲୋକ ଓ ନିଜର ଜୀବନ ନେଉଛି’ ।

publive-image

ପ୍ରୀତେଶଭାଇ ଡୁପ୍ଳେକ୍ସରେ ପତ୍ନୀ ସ୍ନେହାବେନ୍ ଓ ପୁଅ ହର୍ଷେଲ ସହ ରହୁଥିଲେ । ସେ ସେୟାର ବଜାରରେ କାମ କରୁଥିଲେ । ଏଥିରେ କ୍ଷତିଗ୍ରସ୍ତ ହେବା ପରେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ଦେଇଥିବା ପୁଲିସ କହିଛି ।