ନନ୍ଦନକାନରେ ନୂଆ ଅତିଥି । ଏସୀୟ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଲେ ତିନି ଶାବକ ।

122

କନକ ବ୍ୟୁରୋ: ରବିବାର ନନ୍ଦନକାନନକୁ ଆସିଛନ୍ତି ୩ ନୂଆ ଅତିଥୀ । ଏସୀୟ ସିଂହୀ ରେବା ଗର୍ଭରୁ ଜନ୍ମ ନେଇଛନ୍ତି ୩ ସିଂହ ଶାବକ । ପ୍ରଥମ ଗର୍ଭରୁ ଛୁଆ ଜନ୍ମ କରିବା ପରେ ସିଂହୀ ରେବା ନବଜାତକଙ୍କ ଯତ୍ନ ନେଉ ନାହିଁ । ତେଣୁ ତିନି ଶାବକଙ୍କୁ ରିଅରିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ସିଂହୀ ରେବା ଓ ସିଂହ ଜିତଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ।