କନକ ବ୍ୟୁରୋ: ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଂଚିଛି । ଏହି ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ ଏ ପର୍ଯ୍ୟନ୍ତ ୪୬ ଜଣଙ୍କର ଜୀବନ ଯାଇଥିବାବେଳେ ୩ ଜଣଙ୍କର ଅନ୍ୟାନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଂଚିଥିବାବେଳେ ୬ ଜଣଙ୍କର ମୃତ୍ୟୁ ଅନ୍ୟାନ୍ୟ ରୋଗ କାରଣରୁ ହୋଇଛି ।
Regret to inform the demise of two Covid positive patients due to other causes.
1. A 72-year old Male of Ganjam district who passed away due to Severe Traumatic Brain Injury.
— H & FW Dept Odisha (@HFWOdisha) July 15, 2020
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୧୧ ଓ ଲୋକାଲ କଂଟାକ୍ଟ ୨୦୭ ଜଣ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ରେ ପହଚିଂଛି । ସେହିପରି ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଗଂଜାମରୁ ଜଣେ ଭୁବନେଶ୍ୱରର ଅଛନ୍ତି । ଗଂଜାମରେ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th July
New Positive Cases: 618
In Quarantine: 411
Local Contacts: 207(Details of local contacts will be shared by concerned Dist Administration)
District Wise Cases
1. Angul: 14
2. Balasore: 61
3. Bhadrak: 1
4. Bolangir: 2
5. Boudh: 2
6. Cuttack: 16— I & PR Department, Odisha (@IPR_Odisha) July 15, 2020
ସେହିପରି ଖୋର୍ଦ୍ଧାରୁ ୧୦୭ ଜଣ, ଜଗତସିଂହପୁରରୁ ୨୬,ବାଲେଶ୍ୱରରୁ ୬୧, କଟକରୁ ୧୬, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୧୦, ନୟାଗଡରୁ ୧୫, ଅନୁଗୁଳରୁ ୧୪,ମୟୁରଭଂଜରୁ ୨୧, କେନ୍ଦ୍ରାପଡାରୁ ୯ ଜର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା,କୋରାପୁଟ, ରାୟଗଡା,ଝାରସୁଗୁଡା,କୋରାପୁଟ ଓ ରାୟଗଡାରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର,ବୌଦ୍ଧ,ଢେଙ୍କାନାଳରୁ ୨ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।