କନକ ବ୍ୟୁରୋ: ଶୁକ୍ରବାର ବାହାରିବ ଆଡପ ଅବଢା । ଗୁରବାର ଗୁଣ୍ଡିଚାମନ୍ଦିର ଆଗରେ ରଥାରୁଢ ଠାକୁରଙ୍କ ଦେଖିବାକୁ ଭକ୍ତଙ୍କ ଭିଡ ଲାଗିଥିଲା । ଆଉ ଭକ୍ତଙ୍କୁ ଖାଇବାକୁ ଦେବାକୁ ବିଭିନ୍ନ ମନ୍ଦିରରୁ ଆସିଥିଲା ପ୍ରସାଦ । କିଛି ବ୍ୟକ୍ତି ଓ ସଙ୍ଗଠନ ବି ଭକ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ । ଏଥିପାଇଁ ଶରଧାବାଲିରେ ଭାବବିହ୍ୱଳ ହୋଇଛି ଭକ୍ତ । ଅରୁଆ . ଡାଲମା ବି ମହାପ୍ରସାଦ ଭଳି ଲାଗୁଛି ବୋଲି କହିଛନ୍ତି ଭକ୍ତ ।

Advertisment

ପୁରୀ ବଡଶଙ୍ଖର ପାର୍ବତୀ ସାହୁ । ବର୍ଷା ସତ୍ତେ୍ୱ କମିନି କାଳିଆକୁ ଦେଖିବାର ଇଛା । ନାତିକୁ ସାଥିରେ ଧରି ଶ୍ରୀଜିଉଙ୍କୁ ଦେଖିବାକୁ ଆସିଛନ୍ତି ପାର୍ବତୀ । କାଳିଆକୁ ଦେଖିଲା ପରେ ଆଖିରୁ ଝରିପଡିଛି ଲୁହ । ଜଗାଙ୍କୁ ଦର୍ଶନ କରିବାକୁ ପଶ୍ଚିମବଙ୍ଗରୁ ଧାଇଁଆସିଛନ୍ତି ଜଣେ ମହିଳା ଭକ୍ତ । ସାଙ୍ଗରେ ବାଳଗୋପାଳକୁ ନିଜ ସହ ରଖିଛନ୍ତି । ଭଜନ, ସଂକୀର୍ତନ କରି ଜଗନ୍ନାଥଙ୍କ ନାମ ଜପ କରୁଛନ୍ତି । ପଶ୍ଚିମବଙ୍ଗର ଏହି ମହିଳାଙ୍କ କହିବାକଥା ହେଲା ବାଳଗୋପାଳଙ୍କ ତାଙ୍କ ପୁଅ ଭଳି । ଆଉ ରଥ ଉପରେ ତିନିଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ପାର୍ବତୀ ।

ଆଜି ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ ଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ଭକ୍ତ । ଅନେକ ଭକ୍ତଙ୍କ ଆଖିରେ ଲୁହ ବି ଦେଖିବାକୁ ମିଳିଥିଲା । ଛାତ ଉପରୁ ବି ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଭକ୍ତ । ଅଭିନେତ୍ରୀ ମାଳବିକା ରାୟ ଓ ଅଭିନେତା ବୁଦ୍ଧାଦିତ୍ୟ ବର୍ଷାରେ ଭିଜି ଭିଜି ତିିନିଠାକୁରଙ୍କୁ ଦର୍ଶନ କରିଥିଲେ ।