ଭଙ୍ଗା ହେବନି ମହାବାହୁଙ୍କ ରଥ । ଶ୍ରୀଜିଉଙ୍କ ତିନି ରଥ ନଭାଙ୍ଗି ମ୍ୟୁଜିୟମରେ ରଖିବାକୁ ନିଷ୍ପତ୍ତି । ଚଳିତ ବର୍ଷ ରଥ ନଭାଙ୍ଗି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବାକୁ ସ୍ଥିର ।

2,240

କନକ ବ୍ୟୁରୋ: ଭଙ୍ଗା ହେବନି ପ୍ରଭୁ ଜଗନ୍ନାଥଙ୍କ ରଥ । କାଳିଆର ନନ୍ଦିଘୋଷ ରଥ ସହ ଚଳିତବର୍ଷ ତିନି ରଥ ଭଙ୍ଗାଯିବନି । ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ ।

ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା ହୋଇଛି । ସିଂହଦ୍ୱାରା ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ପରିଚାଳନ କମିଟି ସଦସ୍ୟ, ରଥନିର୍ମାଣ ସେବକଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକରେ ଆଲୋଚନା ହୋଇଛି । କିଭଳି ସୁରକ୍ଷିତ ଭାବେ ରଥକୁ ଭାଙ୍ଗି ପୁଣିଥରେ ସଜଡାଯିବ ସେନେଇ ବୈଷୟିକ ଟିମ୍ ମଧ୍ୟ ଗଠନ ହୋଇଛି । ତେବେ ଆବଶ୍ୟକ ହେଲେ ମରାମତି କରି ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।