କନକ ବ୍ୟୁରୋ: ମାସେ କି ବର୍ଷେ ଲାଗିଲାନି । ମାତ୍ର ଗୋଟେ ମିନିଟରେ ୩ ବୋହୂଙ୍କୁ ଛାଡପତ୍ର ଦେଇଦେଲେ ୩ ପୁଅ । ଏପରି ଘଟଣା ଘଟିଛି ଆଲଜେରିଆର କୌଣସି ଏକ ପ୍ରାନ୍ତରେ । ଏହାର କାରଣ ଜାଣିଲେ ଆପଣ ଏହି ୩ ଭାଇଙ୍କୁ ନିନ୍ଦା ନକରି ବରଂ ସାବାସି ଦେବେ ।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଗଲ୍ଫ ନ୍ୟୁଜ୍’ର ଖବର ମୁତାବକ, ଘରର ୩ ବୋହୂଙ୍କ ମଧ୍ୟରୁ କେହିବି ନିଜ ଶାଶୁଙ୍କ ଯତ୍ନ ନେଉନଥିଲେ । ବୟସାଧିକ୍ୟ ଯୋଗୁଁ ଶାଶୁଙ୍କ ଦେହ ଭଲ ରହୁନଥିଲା । ଏପରି ଦିନେ ଘଟଣା ଘଟିଲା ଯେ, ୩ ଭାଇ କାମରୁ ଘରକୁ ଫେରିବା ବେଳକୁ ସେମାନଙ୍କ ପାଖରେ କାହାରି ସ୍ତ୍ରୀ ନଥିଲେ । ବରଂ ପଡିଶା ଘରର ଜଣେ ମହିଳା ଆସି ତାଙ୍କର ସେବା କରୁଥିଲେ । ଏହ ଦେଖି ଖୁବ ରାଗିଯାଇଥିଲେ ୩ ଭାଇ । ତୁରନ୍ତ ନିଜ ନିଜ ପତ୍ନୀମାନଙ୍କୁ ଡକାଇଥିଲେ । ଆଉ କାଳ ବିଳମ୍ବ ନକରି ସେମାନଙ୍କୁ ଛାଡପତ୍ର ଦେଇଦେଇଥିଲେ ।

ରିପୋର୍ଟ ମୁତାବକ, ବୃଦ୍ଧ ମହିଳାଙ୍କର ୩ ବୋହୂ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ତାଙ୍କର ଉପଯୁକ୍ତ ସେବା କରୁନଥିଲେ । ତେଣୁ ତାଙ୍କର ଏକମାତ୍ର ଝିଅ ସପ୍ତାହକୁ ୨ /୩ ଥର ଆସି ବୃଦ୍ଧାଙ୍କୁ ସଫାସୁତୁରା କରିଦେବା ସହ ଯତ୍ନ ନେଉଥିଲେ । ହେଲେ ଦୁର୍ଭାଗ୍ୟକୁ ତାଙ୍କ ସ୍ୱାମୀଙ୍କୁ କ୍ୟାନସର ପରି ବ୍ୟାଧୀ ହେଲା । ଫଳରେ ବୃଦ୍ଧାଙ୍କ ଝିଅ ବି ଆଉ ଆସିପାରିଲେନି । ତେଣୁ ବୃଦ୍ଧାଙ୍କ ସମସ୍ୟା ବଢିଗଲା । ତେଣୁ ଭଉଣୀ ନଆସିବା ଯାଏଁ ମା’ଙ୍କ ଯତ୍ନ ନେବାକୁ ନିଜ ସ୍ତ୍ରୀ ମାନଙ୍କୁ କହିଥିଲେ ୩ ପୁଅ । । ହେଲେ ଦିନେ କାହାରିକୁ ମା ପାଖରେ ନଦେଖି ଚରମ ନିଷ୍ପତ୍ତି ନେଇଥିଲେ ୩ ପୁଅ । ଏକାବେଳକେ ନିଜ ନିଜ ସ୍ତ୍ରୀ ମାନଙ୍କୁ ଛାଡପତ୍ର ଦେଇଦେଲେ ୩ ଭାଇ ।