ମହଙ୍ଗା ପଡ଼ିଲା ବେଆଇନ ଲିଙ୍ଗ ନିରୂପଣ । କଟକ ଫ୍ରେଣ୍ଡ କଲୋନୀରେ ଚଢ଼ାଉ କରି ଡାକ୍ତରଙ୍କ ସମେତ ୩ ଦଲାଲଙ୍କୁ ଗିରଫ କଲା ପୁଲିସ ।

208

କନକ ବ୍ୟୁରୋ: ଗିରଫ ହେଲେ ଡାକ୍ତର । ବେଆଇନ ଲିଙ୍ଗ ନିରୂପଣ କରିବା ମାମଲାରେ ଡାକ୍ତର ପୁଣ୍ୟଶ୍ଲୋକ ଦାଶ ତାଙ୍କ ପତ୍ନୀ ବିସ୍ମିତା ଦାଶ ଏବଂ ୩ ଜଣ ଦଲାଲଙ୍କୁ ଗିରଫ କରିଛି କଟକ ମଙ୍ଗଳବାଗ ପୋଲିସ । କଟକ ଉପଜିଲ୍ଲାପାଳ କମଳଜିତ ଦାଶଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । କଟକ ଫ୍ରେଣ୍ଡସ୍ କଲୋନୀରେ ଏହି ଡାକ୍ତର ଜଣଙ୍କ ଦୀର୍ଘ ଦିନ ହେବ ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା ।

ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଏକ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ, ୪୦ ହଜାର ଟଂକା ସମେତ ବିଭିନ୍ନ ଯନ୍ତ୍ରାଶ ଜବତ କରିଛି ପୋଲିସ । ପୂର୍ବରୁ ମଧ୍ୟ ଡାକ୍ତରଙ୍କ ଘରେ ଚଢାଉ ହୋଇଥିଲା । ତେବେ ୩ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରାଯାଇଛି ।