ଜମ୍ମୁ-କାଶ୍ମୀର କୁଲଗାମ୍ ଗ୍ରାମରେ ଆତଙ୍କବାଦୀ ଆକ୍ରମଣ, ୩ ଜଣ ବିଜେପି ନେତାଙ୍କୁ ନିର୍ମମ ହତ୍ୟା, ପୋଲିସ ଦେଲା ସୂଚନା

237

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗାମ୍ ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ବିଜେପି ନେତାଙ୍କ ଜୀବନ ଯାଇଛି । ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ପୋଲିସ କହିବା ମୁତାବକ ସକାଳ ୮.୨୦ ମିନିଟ୍ରେ କୁଲଗାମ୍ ପୋଲିସକୁ ସୂଚନା ମିଳିଥିଲା କି ଗାଁରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଆତଙ୍କବାଦୀଙ୍କ ଗୁଳିମାଡରେ ୩ ଜଣ ବିଜେପି ନେତାଙ୍କ ଜୀବନ ଯାଇଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ମେଡିକାଲ ପଠାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ସୂଚନା ମୁତାବକ ଆତଙ୍କବାଦୀ ମାନେ ଯୋଜନାବଦ୍ଧ ଭାବେ ୩ଜଣ ବିଜେପି ନେତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ମୃତାହତ ହୋଇଥିବା ୩ ଜଣ ହେଉଛନ୍ତି ବିଜେପିର ସ୍ଥାନୀୟ କର୍ମକର୍ତ୍ତା । ସେମାନେ ହେଲେ ବିଜେପିର ଜିଲ୍ଲା ଯୁବ ମହାସଚିବ ଫିଦା ହୋସେନ ୟାତୁ, କାର୍ଯ୍ୟକର୍ତ୍ତା ଓମର ରସିଦ୍ ଓ ଓମର ହାଜମ ।
ଏହି ଘଟଣାକୁ ନ୍ୟାସନାଲ କନଫେରେନ୍ସ ନେତା ଓମର ଅବଦ୍ଦୁଲା ନିନ୍ଦା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି ଏଭଳି ଆକ୍ରମଣକୁ ମୁଁ ନିନ୍ଦା କରୁଛି । ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଆଲ୍ଲା ଜନ୍ନତରେ ସ୍ଥାନ ଦିଅନ୍ତୁ । ସେହିଭଳି ପିଡିପି ମୁଖ୍ୟ ମେହବୁବୁା ମୁଫତି ଟ୍ୱିଟ୍ କରି ଲେଖିଛନ୍ତି କି ଏହି ଘଟଣା ଶୁଣିଲା ପରେ ମୋତେ ବହୁତ ଦୁଖ ଲାଗିଥିଲା । ଏହା ସହ ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ସେ କେନ୍ଦ୍ରସରକାରଙ୍କୁ ଦୋଷ ଦେଇକହିଥିଲେ କି କେନ୍ଦ୍ରସରକାରଙ୍କୁ ଦୁର୍ବଳ ନୀତି ଯୋଗୁଁ ଜମ୍ମୁ- କାଶ୍ମୀରର ଲୋକମାନେ ଆତଙ୍କବାଦୀ ଆକ୍ରମଣରେ ଶିକାର ହେଉଛନ୍ତି ।
ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଲସ୍କର ଏ ତୋଇବାର ଏକ ଶାଖା । ଏହି ଶାଖାର ନାମ ଟିଆରଏଫ ବା ଦି ରେଜିଷ୍ଟେଂସ ପ୍ରଣ୍ଟ । ଏନେଇ ସେମାନେ ଏକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି କି ଭାରତବର୍ଷରେ ମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣ ଯଦି ବନ୍ଦ କରାନଯାଏ ତେବେ ଏତେ ଶବ ଗଦା କରାଯିବ କି ଶ୍ମସାନ ଘାଟ ବି ଓଭର ବୁକ୍ ହୋଇଯିବ ।