କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁପୱାଡାରେ ଆତଙ୍କୀ ଓ ସେନା ମଧ୍ୟରେ ଗୁଳିବିନିୟମ । ଘଟଣାରେ ଜଣେ ଯବାନ ସହିଦ ହେବା ସହ ୪ଜଣ ଗମ୍ଭୀରଭାବେ ଆହତ ହୋଇଥୀବା ସୂଚନା ମିଳିଛି । ଅନ୍ୟପଟେ ଜଣେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଶନିବାର ସକାଳୁ ମଛଲି ସେକ୍ଟର କୁମକାଡୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବାରେ ଜମ୍ମୁକାଶ୍ମୀର ପୁଲିସ ଓ ସେନା ମଧ୍ୟରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କୀ ଗୁଳିମାଡ କରିବା ଯୋଗୁଁ ପାଲଟା ଜବାବ ଦେଇଥିଲା ସେନା । ଗୋଟିଲ ମାସ ଭିତରେ ୯ ଥର ପାଇଁ ଆତଙ୍କୀ ଓ ସେନା ମୁହାଁମୁହିଁ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ବିଗତ ମାସକ ମଧ୍ୟରେ ଯେଉଁ ଆତଙ୍କୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନ ।କେବଳ ସେତିକି ନୁହେଁ ଅନ୍ୟ ବିଦେଶୀ ଆତଙ୍କୀଙ୍କୁ ମଧ୍ୟ ପାକିସ୍ତାନ ଫଣ୍ଡିଂ କରିବା ସହ ହତିଆର ଯୋଗାଉଛି । ଭାରତ ବିରୋଧୀ ଷଡଯନ୍ତ୍ରରେ ପାକିସ୍ତାନ ବର୍ଡର ଆକ୍ସନ ଟିମ ଭୂମିକା ଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।