କନକ ବ୍ୟୁରୋ: ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ବଳିପଡିଲା ଗର୍ଭବତୀ ବୋହୂ । ବୋହୂ ତାର ପ୍ରେମିକସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ବିବସ୍ତ୍ର କରି ବୁଲାଇଲେ ଶାଶୁଘର ଲୋକେ । ଏହାକୁ କିଛି ସମ୍ପର୍କୀୟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୀଡିତାଙ୍କ ସ୍ୱାମୀ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।

Advertisment

ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଅଭିଯୁକ୍ତ ସ୍ୱାମୀ ସହ ଶାଶୁଘରର ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଏହି ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହା ସଭ୍ୟ ସମାଜ ପ୍ରତି ଏକ କଳଙ୍କ । ଏହି ମାମଲାକୁ ଫାଷ୍ଟଟ୍ରାକରେ କୋର୍ଟରେ ବିଚାର କରାଯାଇ ଯଥାଶୀଘ୍ର ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଅଶୋକ ଗେହଲଟ୍ ।