କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି । କୌଣସି ଅଜଣା ଫୋନ କଲରୁ ଏହି ହତ୍ୟା ଧମକ ଆସିଛି । ଏ ନେଇ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି । ଘଟଣା ଅନୁସାରେ, ଆଜି ସନ୍ଧ୍ୟାରେ ସ୍ୱାମୀଜୀଙ୍କ ଫୋନକୁ ଏକ କଲ ଆସିଥିଲା ।
ଆସନ୍ତା ୪ ଦିନ ମଧ୍ୟରେ ହତ୍ୟା କରାଯିବ ବୋଲି ଧମକ ବି ଦିଆଯାଇଥିଲା । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଦିଆଯାଇଛି । ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/39-7.jpg)