ମାଓବାଦୀଙ୍କ ନଜରରେ ପଦ୍ମପୁର ଉପନିର୍ବାଚନ: ସାମ୍ନାକୁ ଆସିଲା ଧମକ ପୂର୍ଣ୍ଣ ମାଓ ପୋଷ୍ଟର, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଚେତାବନୀ

217

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଧମକ ପୂର୍ଣ୍ଣ ମାଓ ପୋଷ୍ଟର । ପୋଷ୍ଟରରେ ମାଓ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ ଅନୁରୋଧ କରାଯାଇଛି । ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ଦଳ ତରଫରୁ ପ୍ରସ୍ତୁତି ଯୋରଦାର ରହିଛି । ମାଳ ମାଳ ନେତା ଓ ମନ୍ତ୍ରୀ ପଦ୍ମପୁରରେ ଡେରା ପକାଇଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରବର୍ତେଉଥିବା ନେତାଙ୍କୁ ମହଙ୍ଗା ପଡ଼ିବ ଏବଂ ଏହାର କଡା ଜବାବ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାକୁ ନଜରରେ ରଖି ବରଗଡ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଫ୍ଲାଗ ମାର୍ଚ୍ଚ କରିବା ସହ କଡା ଚକିଙ୍ଗ କରୁଛି ।