କନକ ବ୍ୟୁରୋ : ୪ ଜିଲ୍ଲାକୁ ବିପଦ । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁରୀ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା । ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର । ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ପରିସ୍ଥିତି ହୋଇପାରେ । କମ ଦୃଶ୍ୟମାନ ସାଙ୍ଗକୁ ରାସ୍ତା ଓ ପୋଲରେ ପାଣି ବୋହିବା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ।
ଝାଡ଼ଖଣ୍ଡ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ଏହା ଅଧିକ ସଂଗଠିତ ହୋଇ ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ଆଜି ସକାଳୁ ଅନେକ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବର୍ଷା ଦେଖିବାକୁ ମିଳିଛି । ଆସନ୍ତା ୩ ତାରିଖ ପ୍ରଯ୍ୟନ୍ତ ରାଜ୍ୟରେ ଅନେକ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/25.jpg)