ଆଜିର ସମୟରେ ପ୍ରାୟ ସମସ୍ତ ଯୁବତୀ ଏବଂ ମହିଳା ନିଜର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପାର୍ଲର ଯାଆନ୍ତି । ଯେଉଁଥିରେ ସାଧାରଣ ହେଉଛି ଥ୍ରେଡିଙ୍ଗ୍ । ଅର୍ଥାତ୍ ଭ୍ରୁଲତାକୁ ନିଜ ଇଛା ଅନୁଯାୟୀ ଆକାର ବା ସେପ୍ ଦେବା । କିନ୍ତୁ କିଛି ମହିଳାଙ୍କ ତ୍ୱଚା ଖୁବ୍ ସମ୍ବେଦନଶୀଳ ହୋଇଥିବାରୁ ଥ୍ରେଡିଙ୍ଗ୍ ପରେ ସ୍କିନ୍ ଲାଲ୍ ହୋଇଯାଇଥାଏ । ତେବେ ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନେ ଥ୍ରେଡିଙ୍ଗ୍ ପୂର୍ବରୁ ଏବଂ ପରେ କିଛି ଟିପ୍ସ ଆପଣେଇବା ଉଚିତ୍ । ଯେଉଁଥିରେ ଯନ୍ତ୍ରଣା କମ୍ ହେବା ସହ ତ୍ୱଚା ଲାଲ୍ ପଡିବ ନାହିଁ ।

Advertisment

• ଥ୍ରେଡିଙ୍ଗ୍ ପୂର୍ବରୁ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଯଦି ସମ୍ଭବ ସେଥିପାଇଁ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ । ଏହା ଦ୍ୱାରା ଥ୍ରେଡିଙ୍ଗ୍ ସମୟରେ କମ୍ କଷ୍ଟ ଲାଗିବା ସହ ତ୍ୱଚା ଲାଲ୍ ହୋଇନଥାଏ ।

• ଥ୍ରେଡିଙ୍ଗ୍ ପରେ ଚେହେରାକୁ ଗୋଲାପ ଜଳରେ ଧୁଅନ୍ତୁ ।

• ଥ୍ରେଡିଙ୍ଗ୍ ପରେ ଭ୍ରୁଲତାରେ ଭଲ ବ୍ରାଣ୍ଡର ମଇଶ୍ଚୋରାଇଜର୍ ଲଗାନ୍ତୁ । ନଚେତ୍ ଡାଳଚିନିର ଚା’ ତିଆରି କରି ତାକୁ ଟୋନର୍ ଭାବରେ ବ୍ୟବହାର କରିପାରନ୍ତି ।

• ମଇଶ୍ଚୋରାଇଜର୍ ଲଗାଇବା ପରେ ତ୍ୱଚାରେ ଆଇସ୍ କ୍ୟୁବ୍ ଲଗାନ୍ତୁ । ଏହା ଦ୍ୱାରା ଜଳା ପୋଡା କମ୍ ହେବା ସହ ଇନଫେକସନ୍ ମଧ୍ୟ ହୋଇନଥାଏ ।

• ଥ୍ରେଡିଙ୍ଗ୍ କରିବାର ପ୍ରାୟ ୨୪ଘଂଟା ପର୍ଯ୍ୟନ୍ତ ଭ୍ରୁଲତାକୁ ଛୁଅନ୍ତୁ ନାହିଁ । କାରଣ ଛୁଇଁଲେ ବ୍ରଣ ହେବାର ସମ୍ଭାବନା ବଢିବା ସହ ଜଳାପୋଡା ହୋଇଥାଏ ।