ଫୋନି ବାତ୍ୟା ପରେ ୬ ଦିନ ଧରି ଭୋକଉପାସରେ ରହି ୧୪ ରୁ ୧୫ ଘଣ୍ଟା କାମ କରି ଲୋକଙ୍କ ସୁବିଧା ପାଇଁ କାମ କରୁଛନ୍ତି ଏହି ଇଲେକ୍ଟ୍ରିସିଆନ ! ଭୁରି ଭୁରି ପ୍ରଶଂସା କରୁଛି ସୋସିଆଲ୍ ମିଡିଆ ।

1,923

କେଇ ଘଣ୍ଟାର ତାଣ୍ଡବ ପରେ ଚାଲିଯାଇଛି ବାତ୍ୟା ଫୋନି । କିନ୍ତୁ ପଛରେ ଛାଡିଯାଇଛି ତା ଭୟଙ୍କର ପାଦଚିହ୍ନ । ବିଜୁଳୀ ,ପାଣି ଏବଂ ଖାଦ୍ୟ ପାଇଁ ଛଟପଟ ହେଉଛନ୍ତି ଲୋକେ । ୬ ଦିନ ଧରି ଗାଁ ତ ଦୂରର କଥା ଖୋଦ୍ ସ୍ମାର୍ଟସିଟିର ଆଲୁଅ ଠପ୍ ହୋଇପଡିଛି । ଠାଏଁ ଠାଏଁ ଜାଗାରେ ବଡ ବଡ ଗଛ ଇଲେକ୍ଟି ତାର ଉପରେ ଏଭଳି ଭାବେ ପଡିଛି ଯେ ଏହାକୁ ଠିକ୍ କରିବା ପାଇଁ ଇଲେକ୍ଟ୍ରିସିଆନଙ୍କୁ ୧୪ ରୁ ୧୫ ଘଣ୍ଟା କାମ କରିବାକୁ ପଡୁଛି । ଅଖିଆ ଅପିଆ ଭାବେ ଲୋକଙ୍କ ସୁଖସୁବିଧାକୁ ଫେରାଇ ଆଣିବା ପାଇଁ ଇଲେକ୍ଟିସିଆନ୍ ୬ ଦିନ ହେଲା ଅହରହ ଭାବେ କାମ କରୁଛନ୍ତି । କିଛି ଲୋକ ୬ ଦିନ ଧରି ଏଭଳି ଅସୁବିଧାକୁ ଅଙ୍ଗେ ନିଭାଉଥିବାରୁ ପ୍ରଶାସନକୁ ଗାଳି କରୁଛନ୍ତି ।

କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏହି ଶ୍ରମିକ ମାନଙ୍କର କାମକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ଡ଼ହଡ଼ହ ଖରାର ତାତିରେ ବିଜୁଳୀ ପୋଲ ଉପରେ ଠିଆ ହୋଇ କାମ କରିବା ଏତେଟା ସହଜ ନୁହେଁ । କିନ୍ତୁ ଏଭଳି ପ୍ରତିକୂଳ ଅବସ୍ଥାରେ ଇଲେକ୍ଟିସିଆନ୍ ଙ୍କ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସୋସିଆଲ୍ ମିଡିଆରେ କେହି କେହି ଲେଖିଛନ୍ତି , ଘରେ ବସି ପ୍ରଶାସନକୁ ଗାଳି କରୁଥିବା ଲୋକ ଖରାରେ ବାହାରକୁ ବାହାରନ୍ତୁ ଏବଂ ଏହି ଇଲେକ୍ଟିସିଆନ୍ ଙ୍କ ଅବସ୍ଥା ଟିକେ ଦେଖନ୍ତୁ ।

କିଭଳି ଭୋକଉପାସରେ ଏମାନେ ଆପଣଙ୍କ ସୁବିଧା ପାଇଁ ଅହରହ କାମ କରୁଛନ୍ତି । ପ୍ରଚଣ୍ଡ ଖରାରେ କେବେ ଲୁହା ପୋଲକୁ ଛୁଇଁଛନ୍ତି । ହାତ ପୋଡିଯିବା ଭୟରେ ଆପଣ ଏହା କରି ନ ପାରନ୍ତି କିନ୍ତୁ ଏହି ଇଲେକ୍ଟିସିଆନ୍ ମାନେ ଖରାକୁ ଭ୍ରୁକ୍ଷେପ ନକରି ଆପଣଙ୍କ ସୁଖମୟ ଜୀବନକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ତେଣୁ ଘରେ ନ ବସି ଆପଣ ଯଦି ଏମାନଙ୍କ ସାହାଯ୍ୟ କରିପାରିବେ ତେବେ ଖୁବଶୀଘ୍ର ପୂର୍ବଭଳି ଜୀବନ ବିତାଇପାରିବେ ।