ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ । ମାଲକାନଗିରିରେ ଘଞ୍ଚ ଜଙ୍ଗଲରେ ଆଦିବାସୀଙ୍କ ପ୍ରଜାମେଳି ।

77

କନକ ବ୍ୟୁରୋ : ମାଲକାନଗିରିରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ଏକାଠି ହୋଇଛନ୍ତି ଆଦିବାସୀ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଭୋଟ୍ ବର୍ଜନ କରିବାକୁ ବି ଧମକ ଦେଇଛନ୍ତି ।

ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ । ଘଞ୍ଚ ଜଙ୍ଗଲରେ ଆଦିବାସୀଙ୍କ ପ୍ରଜାମେଳି । ମାଲକାନଗିରି ଜିଲ୍ଲାରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ଘଞ୍ଚ ଜଙ୍ଗଲରେ ଏକାଠି ହୋଇଛନ୍ତି ୮ଟି ପଞ୍ଚାୟତର ହଜାର ହଜାର ଲୋକ ଓ ଜନପ୍ରତିନିଧି । ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରଜାମେଳିରେ ସାମିଲ ହୋଇ ସିମେଣ୍ଟ କାରଖାନାକୁ ବିରୋଧ କରିଛନ୍ତି । ଆଉ ଖୋଲା ଚେତାବନୀ ଦେଇ କହିଛନ୍ତି, ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ।

ମାଲକାନଗିରି ଜିଲ୍ଲା କୋତାମାଟେରୁ ଅଞ୍ଚଳରେ ଡାଲମିଆଁ କମ୍ପାନୀ ପକ୍ଷରୁ ଏକ ସିମେଣ୍ଟ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ଏପରିକି କାରଖାନା ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏହା ଜଣାପଡିବା ପରେ ବର୍ଷ ବର୍ଷ ଧରି ରହି ଆସୁଥିବା ଆଦିବାସୀଙ୍କ ମନରେ ଭିଟାମାଟି ଚାଲିଯିବାର ଭୟ ଘାରିଛି । କହିଛନ୍ତି, ଏହି ସ୍ଥାନର ଜଳ, ଜମି, ଜଙ୍ଗଲ ଉପରେ ଆଦିବାସୀଙ୍କ ହକ୍ ରହିଛି । ଆଦିବାସୀ ମାନେ ଜଙ୍ଗଲ ଜମି ଉପରେ ନିର୍ଭର କରି ନିଜ ନିଜ ଜୀବିକା ନିର୍ବାହ କରି ଆସୁଛନ୍ତି । ତେଣୁ ନିଜ ଜଙ୍ଗଲ ଜମିକୁ କେବେ ହେଲେ କମ୍ପାନୀ ହାତକୁ ଟେିକ ଦେବୁ ନାହିଁ ।