ପାହାଡା ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ: ମାଆଙ୍କ ଭସାଣରେ କମ୍ପିିଲା ପରିବେଶ

86

କନକ ବ୍ୟୁରୋ: ଅଶୋକା ଅଷ୍ଟମୀରୁ ଆରମ୍ଭ ହୋଇଥିବା ବାସନ୍ତୀ ଦୁର୍ଗା ପୂଜା ଶେଷ ହୋଇଛି। ଆପଣ ଦେଖୁଛନ୍ତି ଆଠଗଡ଼ ନବେଢ଼ା ଅଞ୍ଚଳର ଗୁରୁଡ଼ିଝାଟିଆ ଗାଁର ଏହି ଦୃଶ୍ୟ। ଶ୍ରଦ୍ଧାଳୁ ନିଜ କାନ୍ଧରେ ମାଆଙ୍କୁ ବସାଇ ବୁଲାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ବର୍ଷ ବର୍ଷ ଧରି ଚାଲିଆସୁଛି ପରମ୍ପରା । ଆଉ ପରମ୍ପରା ଅନୁସାରେ ପାଳନ କରାଯାଇଥାଏ ପାହାଡ ଉପରେ । କଟକ ଆଠଗଡ ଗୁରୁଡିଝାଟିଆ ପଂଚାୟତରେ ବାସନ୍ତୀ ଦୁର୍ଗା ପୂଜା ଯାତ୍ରା । ମାଆଙ୍କ ପାଖଷର କଳସ ଯାତ୍ରାଠୁ ନେଇ ବିଶ୍ୱଶାନ୍ତି ମହାଯଗ୍ୟଂ ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଆଙ୍କ ଭସାଣ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଘଂଟ ଘଂଟା ସାଙ୍ଗକୁ ପ୍ରକମ୍ପିତ ହେଉଛି ପରିବେଶ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ନୂଆ ଲୁଗା ପକାଇଥାନ୍ତି । ସେହି ଲୁଗା ଉପରେ ଦେଇ ଭକ୍ତଙ୍କ କାନ୍ଧରେ ଆସିଥାନ୍ତି ମାଆଙ୍କ ମୃଣ୍ମୟୀମୂର୍ତି । ବିଶ୍ୱାସ ରହିଛି ମାଆଙ୍କର ସେହି ଲୁଗା ପରିଧାନ କଲେ ପରିବାରଶାନ୍ତିରେ ରହିବା ସହ କେ।।ଟି ଜନ୍ମର ପୁଣ୍ୟ ମିଳିଥାଏ ।

ଏହି ଅଂଚଳରେ ମାଆଙ୍କ ପୂଜାର ଅନେକ ମହିମା ରହିଛି । ଆଠଗଡ ନାବେଢା ଗୁରୁଡି ଝାଟିଆ ଗାଁର ବାସନ୍ତୀ ଦୁର୍ଗାପୂଜାର ଅନେକ ଖ୍ୟାତି ରହିଛି । ମାଆ ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ ବୋଲି ମାନ୍ତି ଭକ୍ତ । ସେହିଭଳି ଭକ୍ତିର ସହ ମାଆଙ୍କ ଆରାଧନା କଲେ ସମସ୍ତ ମନୋକାମନା ପୂରଣ ହେବାର ରହିଛି ବିଶ୍ୱାସ । ଯାହାର ଆଧାରରେ ଦୂର ଦୂରାନ୍ତରୁ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ ।

ଚଳିତବର୍ଷ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି ମାଆ ବାସନ୍ତୀ ଦୁର୍ଗା ପୂଜାର ଭସାଣ ପର୍ବ । ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପାରମ୍ପରିକ ଯାତ୍ରାରେ ଭକ୍ତ ମାନେ ଆରବର୍ଷକୁ ଅପେକ୍ଷା କରି ମାଆଙ୍କୁ ଦେଇଛନ୍ତି ମେଲାଣି ।