ଦେଶରେ ୨୪ ଘଂଟାରେ ହଜାରେ ୯୨ ମୃତ : ୫୨ ହଜାର ୮୮୯କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି, ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ; ୨୭ ଲକ୍ଷ ୬୭ ହଜାର ୨୭୪ରେ ପହଚିଂଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

126

କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ଗ୍ରାଫ୍ । ୨୪ଘଂଟାରେ ୬୪ହଜାର ୫୩୧ ନୂଆ ଆକ୍ରାନ୍ତ ଚିହ୍ନଟ । ଏହା ସହ ଏକ ହଜାର ୯୨ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷ ୬୭ହଜାର ୨୭୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୬ଲକ୍ଷ ୭୬ହଜାର ୫୧୪ଟି ସକ୍ରିୟ ମାମଲା ରହିଛି । ସେହିପରି ୨୦ଲକ୍ଷ ୩୭ହଜାର ୮୭୧ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଆଜିର ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୨ହଜାର ୮୮୯ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଳାୟ । ଏବେ ବି ସର୍ବାଧିକ ଆକ୍ରାନ୍ତ ତାଲିକାରେ ମହାରାଷ୍ଟ୍ର ଆଗରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୮ହଜାର ୫୧୪ରେ ପହଂଚିଛି ।