ସପ୍ତାହେ ପରେ ବି କାବୁଲ ବିମାନବନ୍ଦର ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ଗହଳି । ଦେଶ ଛାଡ଼ିବାକୁ ବ୍ୟସ୍ତ ଆଫଗାନିସ୍ତାନ ବାସିନ୍ଦା ।

143

କନକ ବ୍ୟୁରୋ: ଏବେ ବି ଜନସମୁଦ୍ର ସାଜିଛି କାବୁଲ ଏୟାରପୋର୍ଟ  । ସପ୍ତାହେ ପରେ ବି ବିମାନ ବନ୍ଦରରେ ବାହାରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଛନ୍ତି । ଆଫଗାନସ୍ତାନ ଛାଡି ଯିବା ପାଇଁ ଲୋକଙ୍କ ଭିଡ ଜମିଛି  । ଆଫଗାନିସ୍ତାନ ବାସିନ୍ଦାଙ୍କ ସହ ଅନ୍ୟ ଦେଶର ଲୋକ ମଧ୍ୟ ଏକାଠି ହୋଇଛନ୍ତି  । ବିମାନ ବନ୍ଦରର ତାରବାଡ ବାହାରେ ଯେତିକି, ତାରବାଡ ଭିତରେ ମଧ୍ୟ ସେତିକି ଲୋକଙ୍କ ଭିଡ ଦେଖିବାକୁ ପଡିଛି  । ବିମାନରେ ଅନ୍ୟ ଦେଶକୁ ଚାଲି ଯିବା ପାଇଁ ଚାହିଁ ବସିଛନ୍ତି ଆଫଗାନ ବାସିନ୍ଦା  ।

ସେହିପରି ଅନ୍ୟ ଦେଶର ଲୋକେ ବିମାନ ଧରିବା ପାଇଁ ଦିନ ଦିନ ଧରି ବିମାନ ବନ୍ଦର ଭିତରେ ଓ ବାହାରେ ରହିଛନ୍ତି  । ଲୋକଙ୍କ ଗହଳି ଯୋଗୁ ଏୟାରପୋର୍ଟରେ ଛୋଟ ଛୋଟ ରନୱେ କରାଯାଇଛି  । ଗୋଟିଏ ପରେ ଗୋଟିଏ ବିମାନକୁ ଛଡାଯାଉଛି  । ଆଜି ସକାଳେ ମଧ୍ୟ କାବୁଲ ଏୟାରପୋର୍ଟରୁ ବଡ଼ ଖବର ଆସିଛି  । ଭିଡ ନିୟନ୍ତ୍ରଣ ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଛି । ଦେଶ ଛାଡି ଯିବାକୁ ଚାହୁଁଥିବା ଲୋକଙ୍କୁ ଭୟଭୀତ କରିବା ପାଇଁ ଗୁଳି ମାଡ କରାଯାଉଛି  ।  ବ୍ରିଟିଶ ମିଲିଟାରୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାଲିବାନୀଙ୍କ ଗୁଳି ଚାଳନା ପରେ ଦଳଚକଟା ହୋଇଥିଲା  । ଦଳାଚକଟାରେ ପ୍ରାୟ ୭ ଜଣ ଆଫଗାନୀ ନାଗରିକଙ୍କ ମୃତ୍ୟୁ ହୋଇଛି  ।

ଆଫଗାନ ସଂକଟ ଭିତରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଫଗାନ ସ୍ପେଶାଲ ସେଲ୍ ତିଆରି କରାଯାଇଛି  । ଏହି ସ୍ପେଶାଲ ସେଲକୁ ଗତ ୫ ଦିନ ମଧ୍ୟରେ ୨ ହଜାର ଫେକ୍ କଲା  ଆସିଛି  । ସେହିପରି ୬ ହଜାରରୁ ଅଧିକ ହ୍ୱାଟସଆପ୍ ମେସେଜ୍ର ଉତ୍ତର ଦିଆଯାଇଛି  । ଏହାବାଦ୍ ୧୨ ଶହ ଇ-ମେଲ୍ର ରିପ୍ଲାଇ ମଧ୍ୟ ଦିଆଯାଇଛି ।