କନକ ବ୍ୟୁରୋ: କ୍ରିପ୍ଟୋ ନିବେଶ ନାଁରେ ହଜାର ହଜାର କୋଟି ଟଙ୍କାର ଠକେଇ ମାମଲାରେ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ଜଣକ ହେଲେ ରତ୍ନାକର ପଲେଇ । ରତ୍ନାକର ସଂସ୍ଥାର ସୋସିଆଲ ମୁଖ୍ୟ ଭାବେ କାମ କରୁଥିଲେ । ପୂର୍ବରୁ ସଂସ୍ଥାର ଭାରତ ମୁଖ୍ୟ ଗୁରତେଜ ସିଂ ସିଦ୍ଧୁ ଓ ଓଡ଼ିଶା ମୁଖ୍ୟ ନିରଦ ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ଉଭୟ ଗୁରତେଜ୍ ଓ ନିରଦଙ୍କ ରିମାଣ୍ଡ ଅବଧି ଶେଷ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା ।