କନକ ବ୍ୟୁରୋ: ରାଜଧାନୀରେ ଏକାଠି ହେଲେ ହଜାର ହଜାର ଜମାକାରୀ । ମିଳିତ ମଂଚର ଡାକରାରେ ଏକାଠି ହୋଇଛନ୍ତି ଚିଟଫଣ୍ଡ ଜମାକାରୀ । ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି ।
ଏନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ପ୍ରାୟ ୨୦ଲକ୍ଷ ଜମାକାରୀ ଚିଟଫଣ୍ଡରେ ଜମା କରିଥିବା ଟଙ୍କା ହରାଇଛନ୍ତି । ଜମାକାରୀ ପ୍ରାୟ ୨୦ହଜାର କୋଟି ଟଙ୍କା ହରାଇଛନ୍ତି । ୪୪ଟି ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି ।
ଭୁବନେଶ୍ୱରରେ ଚିଟଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହ ଚାଲିଥିବାବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ଉପରୁ ଜମାକାରୀଙ୍କ ଆସ୍ଥା ତୁଟିନି । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଓ ପ୍ରୟାସ ଆରମ୍ଭ ହୋଇଛି । ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବାକୁ ଯଥେଷ୍ଟ ସତର୍କତା ଅବଲମ୍ବନ ହେଉଥିବାରୁ କିଛିଟା ବିଳମ୍ବ ହୋଇଛି । ଜମାକାରୀଙ୍କ ସହ ଆଲୋଚନା କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
Follow Us
/kanak/media/post_attachments/wp-content/uploads/2019/02/vlcsnap-2019-02-19-13h06m36s759-300x170.png)
/kanak/media/post_attachments/wp-content/uploads/2017/06/vlcsnap-2017-06-30-07h47m18s955-300x240.png)