ପ୍ରେମ ସପ୍ତାହରେ ମାତାପିତାଙ୍କ ପ୍ରତି ପ୍ରେମ ଦେଖାଇଲେ ଶିଶୁ : ଆୟୋଜନ ହେଲା ସାମୂହିକ ମାତୃ-ପିତୃ ପୂଜନ ଦିବସ , ମା’ବାପାଙ୍କୁ ପୂଜା କରି ଆଶିର୍ବାଦ ନେଲେ ହଜାର ହଜାର ଶିଶୁ ।

243

ବର୍ତ୍ତମାନ ଭାଲେଣ୍ଟାଇନ୍ ଡ଼େ ସପ୍ତାହ ଚାଲିଥିବା ବେଳେ ପ୍ରେମୀଯୁଗଳ ପରସ୍ପରକୁ ଭେଟି,ଫୁଲ ଦେଇ ପ୍ରେମ ନିବେଦନ କରୁଛନ୍ତି । ପ୍ରେମର ଏହି ସପ୍ତାହରେ କିନ୍ତୁ ଶ୍ରୀଗଙ୍ଗାନଗରର ଯୁବପିଢୀ ପାଶ୍ଚାତ୍ୟ ସଂସ୍କୃତି ବଦଳରେ ଭାରତୀୟ ସଂସ୍କୃତି ତଥା ସନାତନ ଧର୍ମକୁ ଜାଗୃତ କରିବା ପାଇଁ ସାମୁହିକ ରୁପରେ ମାତୃ-ପିତୃ ପୂଜନ ଦିବସର ଆୟୋଜନ କରିଥିଲେ । ଶ୍ରୀଗଙ୍ଗାନଗରର ରାମଲୀଳା ମୈଦାନାର ବୁଧବାର ହଜାର ହଜାର ଶିଶୁ ସାମୁହିକ ଭାବେ ମାତା-ପିତାଙ୍କ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଗଙ୍ଗାନଗର ଜିଲ୍ଲାର ସବୁ ସ୍କୁଲର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ନିଜ ମାତାପିତାଙ୍କ ସହ ରାମଲୀଳା ମୈଦାନରେ ପହଁଚିଥିଲେ ।

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ୱାରା ଆୟୋଜନ କରାଯାଇଥିବା ସାମୁହିକ ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ ଯୁବପିଢି ଭାରତୀୟ ସଂସ୍କୃତି ତଥା ସନାତନ ଧର୍ମକୁ ଅନୁସରଣ କରନ୍ତୁ ଏବଂ ପାଶ୍ଚାତ୍ୟ ସଂସ୍କୃତି ସହ ଭାରତୀୟ ସଂସ୍କୃତିକୁ ମଧ୍ୟ ମନେରଖନ୍ତୁ । ଏହି କାର୍ଯ୍ୟକ୍ରମରେ ପିଲାମାନେ ବାପାମା’ଙ୍କ ପୂଜା କରି ତାଙ୍କ ଠାରୁ ଆଶିର୍ବାଦ ନେଇଥିଲେ । ମାତୃପିତୃ ଦିବସ ଅବସରରେ କିଛି ମାତାପିତା ଭାବୁକ ହୋଇଯାଇଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଥିଲା ।