ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତି ଛଟପଟ ହେଉଥିବେ ଓ ସେଠି ଲୋକମାନେ ଛିଡା ହୋଇ ଭିଡିଓ ଉତ୍ତୋଳନ କରୁଥିବା ଖବର ଆପଣ ଶୁଣିଥିବେ । ଏଭଳି ଘଟଣାକୁ ଦେଖି ନୋଏଡାର ଗୌତମବୁଦ୍ଧ ନଗର ଟ୍ରାଫିକ୍ ପୁଲିସ ଏମିତି ଲୋକଙ୍କ ଉପରେ ମାମଲା ରୁଜୁ କରିବା ପାଇଁ ପ୍ରସ୍ତୁତି କରିଛି । ଏଥିପାଇଁ ଟ୍ରାଫିକ୍ ପୁଲିସ ସିସିଟିଭିର ସହାୟତାରେ ଏମିତି ବାହନ ଚାଳକଙ୍କୁ ଚିହ୍ନଟ କରିବ ଓ ମୋଟର ବାହନ ଅଧିନିୟମ ଅଧିନରେ କାର୍ଯ୍ୟାନୁଷ୍ଠାନ କରିବ ।
ସଡକ ଦୁର୍ଘଟଣାରେ ଅଧିକାଂଶ ମାମଲାରେ ଆହତଙ୍କ ମୃତ୍ୟୁ ଠିକ୍ ସମୟରେ ଚିକିତ୍ସା ନହେବା କାରଣରୁ ହୋଇଥାଏ । ଅଧିକାରୀଙ୍କ ମୁତାବକ, ଦୁର୍ଘଟଣା ପରେ ସେଠି ଲୋକମାନେ ଦେଖଣାହାରୀ ସାଜି ଦେଖୁଥାଆନ୍ତି । କିନ୍ତୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାନ୍ତିନି । ଯାହା କାରଣରୁ ଅଧିକାଂଶ ଆହତଙ୍କ ମୃତ୍ୟୁ ହୋଇଥାଏ । ଏହା ସହିତ ଦୁର୍ଘଟଣାସ୍ଥଳରେ ଥିବା ଲୋକମାନେ ଭିଡିଓ ଉତ୍ତୋଳନ କରିବାରେ ଲାଗିପଡନ୍ତି । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେ ଓ ଯମୂନା ଏକ୍ସପ୍ରେସୱେରେ ଏଭଳି ପ୍ରକାରର ମାମଲା ଦେଖି ଟ୍ରାଫିକ୍ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛି । ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିବା ଲୋକଙ୍କୁ ମୋଟର ବାହନ ଅଧିନିୟମର ଧାରା ୧୨୨ ଏବଂ ୧୭୭ ଅଧିନରେ କାର୍ଯ୍ୟାନୁଷ୍ଠାନ କରି ମାମଲା ରୁଜୁ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/india-accident.jpg)
/kanak/media/post_attachments/wp-content/uploads/2019/06/pedestrians-road-traffic-jpg-300x200.jpg)